ବୁମରାହଙ୍କ ୫ ୱିକେଟ, ଦ.ଆଫ୍ରିକା ୨୦୯ରେ ଅଲଆଉଟ୍‌

କେପଟାଉନ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩ରନର ଅଗ୍ରଣୀ ହାସଲ କରିଛି । ଭାରତ ପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦଳ ୨୦୯ରେ ଅଲଆଉଟ୍‌ ହୋଇଯାଇଛି । ବିଶେଷତଃ ଜସପ୍ରିତ ବୁମରାହଙ୍କ ବୋଲିଂକୁ ଦ.ଆଫ୍ରିକାର କୌଣସି ଖେଳାଳି ଖେଳିପାରିନଥିଲେ । ସେ ଏକାକୀ ୫ଟି ୱିକେଟ ନେଇ ଦ.ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ସେହିପରି ସାମି ଓ ଉମେଶ ଦୁଇଟି ଲେଖାଏଁ ୱିକେଟ ପାଇଥିବା ଠାକୁର ଗୋଟିଏ ଉଇକେଟ ପାଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କେ. ପିଟରସେନ ସର୍ବାଧିକ ୭୨ ରନ କରିଥିବା ବେଳେ ବଭୁମା ୨୮ ଓ କେଶବ ମହାରାଜ ୨୫ ରନ କରିଥିଲେ । ଆଉ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିପାରିନଥିଲେ । ସୂଚନାଯୋଗ୍ୟ ଯେ, ଭାରତ ପ୍ରଥମ ଇନିଂସରେ ୨୨୩ ରନ କରି ଅଲଆଉଟ ହୋଇଯାଇଥିଲା । ଅଧିନାୟକ ବିରାଟ କୋହଲି ଆକର୍ଷଣୀୟ ୭୯ ରନର ଇନିଂସ ଖେଳିଥିଲେ ।

Comments (0)
Add Comment