ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଛି । ମ୍ୟାଚ୍ ପାଇଁ ଟସ୍ ମଧ୍ୟ ପଡି ପାରିନଥିଲା । ଆଜି ୱେଲିଙ୍ଗଟନ୍ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଖେଳିକୁ ବାତିଲ କରାଯାଇଥିବା ଜଣାପଡିଛି । ମ୍ୟାଚ୍ ଆରମ୍ଭ ଭାରତୀୟ ସମୟ ଦିନ ୧୨ଟାରେ ହେବାର ଥିଲା । ଆସନ୍ତା ୨୦ ତାରିଖରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯିବାର ଖେଳସୂଚୀ ରହିଛି । ଖେଳ ବାତିଲ ହେବା ଯୋଗୁଁ ଉଭୟ ଦେଶର କ୍ରିକେଟପ୍ରେମୀମାନେ ନିରାଶ ହୋଇଛନ୍ତି ।