ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେଲେ ରୋହିତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ଟିଲଙ୍କୁ ଅତିକ୍ରମ କରି ସେ ଏହା ହାସଲ କରିଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ରନ୍‌ ସ୍କୋର କରିବାରେ ଶୀର୍ଷରେ ପହଞ୍ଚିଛନ୍ତି । ଦୁଇ ନମ୍ବରରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ଟିଲ ଅଛନ୍ତି, ଯାହାର ଆକାଉଣ୍ଟରେ ୩୨୯୯ ରନ୍‌ ଏବଂ ବିରାଟ କୋହଲିଙ୍କ ଆକାଉଣ୍ଟରେ ୩୨୯୬ ରନ୍‌ ରହିଛି ।
ଶ୍ରୀଲଙ୍କା ବିପକ୍ଷ ପ୍ରଥତମ ମ୍ୟାଚରେ ୩୭ ରନ୍‌ ପୂରଣ କରିବା ପରେ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଥିଲେ । ଏହି ଫର୍ମାଟରେ ସେ ୩୩୦୦ ରନ୍‌ ମାର୍କ ଛୁଇଁଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ହୋଇଛନ୍ତି । ମାର୍ଟିନ ଗୁପ୍ଟିଲ ୧୧୨ ଟି ମ୍ୟାଚରେ ୧୦୮ ଇନିଂସରେ ହାରାହାରି ୩୨.୬୬ ଏବଂ ଷ୍ଟ୍ରାଇକ୍‌ ହାର ୧୩୬.୭୧ ରେ ସ୍କୋର କରିଛନ୍ତି । ସେହିପରି ବିରାଟ କୋହଲି ୮୯ ଇନିଂସରେ ୫୧.୫୦ ଏବଂ ଷ୍ଟ୍ରାଇକ ହାର ୧୩୭.୬୭ରେ ସ୍କୋର କରିଛନ୍ତି ।

Comments (0)
Add Comment