ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ । ଆଜି ଲକ୍ଷନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନିଂ କରିଥିଲେ ରୋହିତ ଶର୍ମା ଓ ଈଶାନ କିଶାନ । ଧମାକେଦାର ଇନିଂସ୍‌ ସହ ଫର୍ମକୁ ଫେରିଲେ ଈଶାନ୍‌ କିଶନ । କିଶନଙ୍କ ବିସ୍ଫୋରକ ଇନିଂସ୍‌ ସାଙ୍ଗକୁ କ୍ୟାପଟେନ୍‌ ରୋହିତ୍‌ ଶର୍ମା ଓ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨ ୱିକେଟ୍‌ ହରାଇ ୧୯୯ ରନ୍‌ କରିଛି । ଭାରତ ପକ୍ଷରୁ ଈଶାନ୍‌ ସର୍ବାଧିକ ୮୯ (୫୬ ବଲ୍‌, ୧୦ ଚୌକା, ୩ ଛକା) ରନ୍‌ କରିଛନ୍ତି । ମ୍ୟାଚ୍‌ ଜିତିବା ପାଇଁ ଶ୍ରୀଲଙ୍କାକୁ ୨୦୦ ରନ୍‌ କରିବାକୁ ପଡିବ । ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ଝଟକା ପାଇଛି । ଆରମ୍ଭରୁ ଶ୍ରୀଲଙ୍କା ତା’ର ଓପନିଂ ବ୍ୟାଟର ନିଶଙ୍କୁ ହରାଇଛି । ତାଙ୍କୁ ଆଉଟ କରିଥିଲେ ଭୁବନେଶ୍ୱର କୁମାର ।

Comments (0)
Add Comment