ଆସନ୍ତାକାଲିଠାରୁ ବକ୍ସିଂ ଡେ’ ଟେଷ୍ଟ, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରବିବାର ଠାରୁ ଆରମ୍ଭ ହେବ । ବକ୍ସିଂ ଡେ ଟେଷ୍ଟରେ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେବ ପ୍ଲେଇଙ୍ଗ ଏକାଦଶ ଚୟନ । ଦଳର ଉପ-ଅଧିନାୟକ କେ.ଏଲ୍‌ ରାହୁଲ ସ୍ପଷ୍ଟ କରିଛନ୍ତି ଯେ ୫ଜଣ ବୋଲରଙ୍କ ସହ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏଭଳି ପରିସ୍ଥିତିରେ ବିରାଟଙ୍କ ପାଇଁ ବ୍ୟାଟ୍ସମ୍ୟାନ୍‌ ଚୟନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ । ବକ୍ସିଂ ଡେ ଟେଷ୍ଟରେ ଶାର୍ଦ୍ଦୁଲ ଠାକୁର ଏକାଦଶ ଖେଳିବାରେ ସୁଯୋଗ ପାଇପାରିବେ । ଅଭିଜ୍ଞ ଇଶାନ୍ତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡିପାରନ୍ତି ।
ଓପନରେ ଭାବେ କେ.ଏଲ୍‌ ରାହୁଲ ଏବଂ ମାୟଙ୍କ ଅଗ୍ରୱାଲଙ୍କ ସ୍ଥାନ ପାଇବା ପ୍ରାୟ ନିଶ୍ଚିତ । ଚେତେଶ୍ୱର ପୂଜାରା ତିନି ନମ୍ବରରେ ଖେଳିପାରନ୍ତି । ତଥାପି ତାଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ଅଛି । ଚତୁର୍ଥ ସ୍ଥାନରେ ବିରାଟ କୋହଲିଙ୍କ ସ୍ଥାନ ନିଶ୍ଚିତ ହୋଇଛି । ପଞ୍ଚମ ସ୍ଥାନରେ ପୂର୍ବତନ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଦଳରେ ସ୍ଥାନ ମିଳିପାରେ । କିନ୍ତୁ ତାଙ୍କ ଶ୍ରେୟସ ଆୟରଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିପାରେ । ଆୟର ତାଙ୍କ ଟେଷ୍ଟ ଡେବ୍ୟୁରେ ଏକ ଚମତ୍କାର ଶତକ କରିଥିଲେ । ତେଣୁ ତାଙ୍କୁ ମଧ୍ୟ ଦଳ ଗୁରୁତ୍ୱ ଦେଉଥିବା ଜଣାପଡିଛି । ସେହିପରି ହନୁମା ବିହାରୀ ମଧ୍ୟ ଏକାଦଶରେ ସ୍ଥାନ ପାଇବା କଷ୍ଟକର ହୋଇପଡୁଛି । ଷଷ୍ଠ ନମ୍ବରରେ ଋଷଭ ପନ୍ତ ଖେଳିବା ଏକ ପ୍ରକାର ନିଶ୍ଚତ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ରିଦ୍ଧିମାନ ସାହାଙ୍କୁ ବାହାରେ ବସିବାକୁ ପଡିବ ।
ସାତ ନମ୍ବରରେ ଶାର୍ଦ୍ଦୁଲ ଠାକୁର ଖେଳିବେ । ସେ ଦଳରେ ଅଲରାଉଣ୍ଡର ଭୂମିକାରେ ରହିବେ । ଆଠ ନମ୍ବରରେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ସ୍ପିନର ଭାବରେ ଦଳରେ ସ୍ଥାନ ପାଇପାରିବେ । ମହମ୍ମଦ ଶାମି ଓ ଜସପ୍ରିତ ବୁମରା ଯୋଡି ମଧ୍ୟ ଖେଳିବ ନିଶ୍ଚତ ହୋଇଥିବା ଅଭିଜ୍ଞ ଇଶାନ୍ତ ଶର୍ମାଙ୍କୁ ଏକାଦଶରେ ସ୍ଥାନ ମିଳିନପାରେ । ତୃତୀୟ ପେସରର ଭାବେ ମହମ୍ମଦ ସିରାଜଙ୍କୁ ଦଳ ସ୍ଥାନ ମିଳିପାରେ ।
ବକ୍ସିଂ ଡେ ଟେଷ୍ଟରେ ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ ଏକାଦଶ
ବିରାଟ କୋହଲି (କ୍ୟାପଟେନ), କେ.ଏଲ୍‌ ରାହୁଲ (ଭାଇସ କ୍ୟାପଟେନ), ମାୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଋଷଭ ପନ୍ତ (ଉଇକେଟ କିପର), ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ ।

Comments (0)
Add Comment