୧୦ବର୍ଷ ପ୍ରେମ କରିବା ପରେ ଗାର୍ଲଫ୍ରେଣ୍ଡକୁ ବାହା ହେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ କେଏସ୍‌ ଭରତ ୧୦ ବର୍ଷ ପ୍ରେମ କରିବା ପରେ ଶେଷରେ ନିଜ ଗାର୍ଲଫ୍ରେଣ୍ଡକୁ ଅଞ୍ଜଳୀଙ୍କୁ ବିବାହ କରିଛନ୍ତି । ଏହି ୨୬ ବର୍ଷିୟ କ୍ରିକେଟର ସୋସିଆଲ ମିଡିଆରେ ଜରିଆରେ ଏହି ସୂଚନା ଦେଇଛନ୍ତି । ଭରତ ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରି ଲେଖିଛନ୍ତି ଆମକୁ ପ୍ରେମ ମିଳିଲା, ଏଥିରେ ଆଗକୁ ଚାଲିବା ପାଇଁ ଆମେ ପ୍ରସ୍ତୁତ ।

ଭରତ ଏ ଯାଏଁ ସିନିୟର ଟିମ ପାଇଁ ଖେଳିନାହାନ୍ତି କିନ୍ତୁ ସିନିୟର ଦଳରେ ସ୍ଥାନ ପାଇସାରିଛନ୍ତି । ସେ ଭାରତୀୟ ଏ-ଟିମର ନିୟମିତ ସଦସ୍ୟ ଅଟନ୍ତି । ଭରତଙ୍କୁ ଦୁଇଥର ନ୍ୟାସନାଲ ଟିମ୍‌ରେ ସ୍ଥାନ ମିଳିଛି କିନ୍ତୁ ଡେବ୍ୟୁ କରିପାରିନାହାନ୍ତି ।

Comments (0)
Add Comment