୧୨ ହଜାର କିଲୋର ବସ୍‌ ଟାଣି ଗିନିଜ୍‌ ୱାର୍ଲଡ ରେକର୍ଡରେ ଭାରତୀୟ ମହିଳା

ନୂଆଦିଲ୍ଲୀ ,୪/୧ : ଜଣେ ଭାରତୀୟ ମହିଳା ମହିଳା ନିଜ କେଶରେ ୧୨ ହଜାର କିଲୋ ଓଜନର ଡବଲ ଡେକର ବସ ଟାଣି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ମହିଳାଙ୍କ ନାମ ଆଶା ରାଣୀ । ସେ ନିଜ କେଶରେ ଏମିତି କାରନାମା କରି ଦେଖାଇଛନ୍ତି ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି । ଗିନିଜ ୱାର୍ଲଡ ରେକର୍ଡର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ସେୟାର ହୋଇଛି । ଆଶାଙ୍କ କେଶ ରସି ଜରିଆରେ ବସରେ ବନ୍ଧାଯାଇଛି ଏବଂ ସେ ପୁରା ଶକ୍ତି ଲଗାଇ ବସକୁ ଟାଣୁଛନ୍ତି । ଆଶା ଇଟାଲୀର ମିଲାନରେ ଲୋ ଶୋ ଡି ରେକର୍ଡ ନାମକ ଶୋ’ରେ ଲଣ୍ଡନ ଡବଲ ଡେକର ବସକୁ ନିଜ କେଶରେ ଟାଣିଛନ୍ତି । ଏହାପରେ ତାଙ୍କୁ ଆଇରନ କ୍ୱିନ କୁହାଯାଉଛି । ଆଶା ନିଜ ନାଁରେ ୭ଟି ୱାର୍ଲଡ ରେକର୍ଡ କରିସାରିଛନ୍ତି । ସେ ଜଣେ ୱେଟ ଲିଫ୍ଟର ।

Comments (0)
Add Comment