ଜାଣନ୍ତୁ,କେଉଁ ତାରିଖରୁ ଆରମ୍ଭ ହେବ ଆଇପିଏଲ-୧୫

ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ୍ୱ । ଶେଷରେ ଘୋଷଣା ହେଲା ଆଇପିଏଲ୍‌ ତାରିଖ । ଆଇପିଏଲର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ଗୁରୁବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୦ ଟିମ୍‌ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ । ଫାଇନାଲ୍‌ ମ୍ୟାଚର ତାରିଖ ଘୋଷଣା କରାଯାଇନାହିଁ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ମାର୍ଚ୍ଚ ୧୫ ତାରିଖରେ ଶେଷ ହେବ । ଏହା ପରେ ଭାରତୀୟ ଖେଳାଳିମାନେ ନିଜ ନିଜର ଫ୍ରାଞ୍ଚାଇଜି ସହ ଯୋଗ ଦେବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ । ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଲିଗ୍‌ ମ୍ୟାଚ୍‌ ଗୁଡିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍‌ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ୫୫ଟି ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପୁନେରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଆଇପିଏଲର ଫାଇନାଲ୍‌ ମେ’ ୨୯ ତାରିଖରେ ଖେଳାଯିବ । ତେବେ ଫାଇନାଲ୍‌ ଓ ପ୍ଲେଅଫ୍‌ ପାଇଁ ତାରିଖ ଓ ଭେନ୍ୟୁର ଘୋଷଣା କରାଯାଇନାହିଁ ।

Comments (0)
Add Comment