ଆଇପିଏଲ ଖେଳାଳି ନିଲାମ ସମୟକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ : ଚଳିତ ମାସ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ ୨୦୨୨ ମେଗା ନିଲାମ ସକାଳ ୧୧ ଟାରୁ ଆରମ୍ଭ ହେବ । ମଙ୍ଗଳବାର ଦିନ ଆଇପିଏଲର ଅଫିସିଆଲ୍‌ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମ ଦୁଇ ଦିନ ଧରି ଚାଲିବ । ଆଇପିଏଲର ୧୫ ତମ ସିଜନ୍‌ ପାଇଁ ମେଗା ନିଲାମରେ ଏଥର ୧୦ ଟି ଦଳର ମାଲିକ ଖେଳାଳିଙ୍କ ଉପରେ ଟେଣ୍ଡର କରିବେ । ଏଥର ଆଇପିଏଲ ୨୦୨୨ ନିଲାମ ପାଇଁ ୧୨୦୦ ରୁ ଅଧିକ କ୍ରିକେଟର ପଞ୍ଜୀକୃତ ହୋଇଥିଲେ ମଧ୍ୟ ୫୯୦ କ୍ରିକେଟର ନିଲାମରେ ସାମିଲ ହେବେ । ଷ୍ଟାର ସ୍ପୋର୍ଟସ ଏବଂ ଡିଜନି ପ୍ଲସ୍‌ ହଟ୍‌ ଷ୍ଟାରରେ ଏହି ନିଲାମ ସିଧା ପ୍ରସାରଣ ହେବ ।

Comments (0)
Add Comment