ମୁମ୍ବାଇ,୧୫/୪ : ଏତେ ଜଗିକି ମଧ୍ୟ କିଛି ଲାଭ ହେଲାନି । ଆଇପିଏଲରେ ପୁଣି ପଶିଲା କରୋନା । ଆଇପିଏଲର ଚଳିତ ସଂସ୍କରଣରେ ସୁରକ୍ଷା ବଳୟ ଭେଦ କରିଛି କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫିଜିଓ ପଜିଟିଭ୍ ହେବା ପରେ ଟିମ୍ର ଖେଳାଳିଙ୍କୁ କରୋନା ଭୟ ଘାରିଛି । ପଜିଟିଭ୍ ହୋଇଥିବା ଫରହାଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି । ଏନେଇ ଶୁକ୍ରବାର ଆଇପିଏଲ୍ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଚିଳତ ସଂସ୍କରଣ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଛି ବୋଲି ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ବର୍ଷ ତଳେ କୋଭିଡ୍ର ପ୍ରଥମ ଲହର ଯୋଗୁ ଆଇପିଏଲ୍କୁ ବାରମ୍ବାର ଘୁଞ୍ଚାଯାଇ ଶେଷରେ ୟୁଏଇରେ ବିନା ଦର୍ଶକରେ ମ୍ୟାଚ୍ ହୋଇଥିଲା । ଏହାପରେ ୨୦୨୧ ଆଇପିଏଲ୍ରେ ଅନେକ ଖେଳାଳି ପଜିଟିଭ୍ ହେବା ପରେ ଖେଳକୁ ମଝିରେ ବନ୍ଦ ରଖାଯାଇଥିଲା । ତେବେ ଆଇପିଏଲ୍ରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ । ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି । ତେବେ ଆଇପିଏଲ୍ରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ । ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି ।