ଆଇପିଏଲରୁ ବାଦ୍‌ ପଡ଼ିଲେ ଜାଡେଜା

ମୁମ୍ବାଇ: ଅବଶିଷ୍ଟ ଆଇପିଏଲରୁ ରବିନ୍ଦ୍ର ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି । ଏହି ଅଲରାଉଣ୍ଡର ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବବଲରୁ ବାହାରିଛନ୍ତି । ଚେନ୍ନାଇ ଦଳ ସିଇଓ କହଇଛନ୍ତି ଯେ “ତାଙ୍କ ପିଠିରେ ଆଘାତ ଲାଗିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତ ପାଇଥିଲେ । ଆମ ପାଖରେ କେବଳ ଦୁଇଟି ଖେଳ ବାକି ଅଛି ଏବଂ ଆଗକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଅଛି । ତେଣୁ ସେ ଅଧିକ ଆଘାତ ନହୁଅନ୍ତ ବୋଲି ଆମେ ଚାହୁଁଛୁ । ସିଏସ୍‌କେ ଅଧିକାରୀଙ୍କ କହିବାନୁସାରେ, ପରାଜୟ ପରେ ମଧ୍ୟଭାଗରେ ଦଳର ଅଧିନାୟକ ଭାବେ ହଟାଯାଇଥିବା ଜାଡେଜା ତାଙ୍କ ପିଠରେ ଯନ୍ତ୍ରଣା ଅନୁଭବ କରୁଥିଲେ । “ବୋଲିଂ ଏବଂ ବ୍ୟାଟିଂ କରିବା ସମୟରେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ତେଣୁ ଆମେ ଭାବିଥିଲୁ ତାଙ୍କୁ ବିଶ୍ରାମ ଦେବା ବୁଦ୍ଧିମାନ ହେବ । ଆମେ ବିସିସିଆଇକୁ ମଧ୍ୟ ସୂଚନା ଦେଇଛୁ” ବୋଲି ବିଶ୍ୱନାଥନ କହିଛନ୍ତି । ଗତ ରବିବାର (ମେ ୨ ୮) ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜାଡେଜା ସିଏସକେର ଶେଷ ଖେଳରୁ ବଞ୍ଚିତ ହୋଇଥିଲେ ।

Comments (0)
Add Comment