୨୦୨୨ରେ ଏହି ଦଳର ନେତୃତ୍ୱ ନେବେ କେଏଲ ରାହୁଲ !

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ୨୦୨୨ ଆଇପିଏଲ ପାଇଁ ଡିସେମ୍ବର ମାସରେ ମେଗା ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଅଡିସନ ପୂର୍ବରୁ ପ୍ରତ୍ୟେକ ଦଳ ନିଜର ୪ଜଣ ଖେଳାଳିଙ୍କୁ ରିଟନ କରିବାର ନିୟମ ରହିଛି । ରିଟନ ଖେଳାଳିଙ୍କ ତାଲିକା ନଭେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବାର ନିୟମ ରହିଛି । ସେହିପରି ନିଲାମ ପୂର୍ବରୁ ନୂଆକରି ସାମିଲ ହୋଇଥିବା ଲକ୍ଷେ୍ନା÷ ଓ ଅହମ୍ମଦାବାଦ ମଧ୍ୟ ତିନି ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିପାରିବେ । ରିପୋର୍ଟ ମୁତାବକ ଭାରତର ଷ୍ଟାର ଓପନର କେଏଲ ରାହୁଲ ଆଗାମୀ ସିଜିନରେ ଆଉ ପଞ୍ଜାବ କିଙ୍ଗ୍‌ସର ନେତୃତ୍ୱ ନେବେ ନାହିଁ । ୨୦୧୮ ମସିହାରେ ରାହୁଲଙ୍କୁ ପଞ୍ଜାବ ଦଳ ୧୧କୋଟିରେ କିଣିଥିଲା । ରାହୁଲ ମେଗା ଅଡିସନରେ ସାମିଲ ହେବ ବୋଲି ସୂଚନା ମିଳୁଛି । ରିପୋର୍ଟ ମୁତାବକ ନୂଆକରି ସାମିଲ ହୋଇଥିବା Lucknow ଟିମର କେଏଲ ରାହୁଲ ଅଧିନାୟକ ହେବେ । ସେହିପରି ଚେନ୍ନାଇ ସୁପରକିଙ୍ଗ୍‌ସ୍ ଆଗାମୀ ତିନି ବର୍ଷ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ରିଟନ କରିବା ସହ ଋତୁରାଜ ଗାଏକ୍ୱାଡ, ରବିନ୍ଦ୍ର ଜାଡେଜା ଓ ମୋଇନ ଅଲ୍ଲି କିମ୍ବା ସାମ କୁରନାଙ୍କ ନିଜ ଦଳରେ ରଖିପାରେ । ସେହିପରି ଦିଲ୍ଲୀ କ୍ୟାପିଟାଲ ରବିଚନ୍ଦ୍ରନ ଅଶ୍ୱନୀ ଓ ଶ୍ରେୟସ ଆୟରଙ୍କୁ ରିଲିଜ କରିପାରେ । ଦଳ ପୃଥ୍ୱୀ ସୋ, ଅକ୍ଷର ପଟେଲ, ଋଷଭ ପନ୍ତ ଓ ଦକ୍ଷିଣ ଆଫ୍ରିକାର ପେସର ଏନରିକ ନର୍କିଆଙ୍କୁ ରିଟନ କରିପାରେ । ଅନ୍ୟ ପକ୍ଷରେ ମୁମ୍ବାଇ ରୋହିତ ଶର୍ମା, ଜସପ୍ରିତ ବୁମରା, ଇଷାନ କିସାନଙ୍କ ସହ ପୋଲାଣ୍ଡଙ୍କୁ ରିଟନ କରିବ ବୋଲି ରିପୋର୍ଟରେ କୁହାଯାଇଛି । ସେହିପରି କୋଲକତା ନାଇଟ ରାଇଡର୍ସ ରସେଲ ଓ ସୁନିଲ ନାରେନଙ୍କୁ ରିଟନ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଦଳ ଭେଙ୍କେଟେସ ଆୟରଙ୍କ ବିଷୟରେ ଚିନ୍ତା କରୁଥିବା ଜଣାପଡିଛି ।

Comments (0)
Add Comment