ଅସ୍ତ୍ରୋପଚାର ପରେ ବ୍ୟାଟ୍‌ ଉଠାଇଲେ କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ : କେଏଲ ରାହୁଲ କେବେ ଟିମ୍‌ ଇଣ୍ଡିଆକୁ ଫେରିବେ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରଥମେ ଆଘାତ ଏବଂ ପରେ ଅସ୍ତ୍ରୋପଚାର ହେତୁ ରାହୁଲ ଟିମ୍‌ ଇଣ୍ଡିଆରୁ ଦୂରେଇ ଯାଇଛନ୍ତି । କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳି ନାହାଁନ୍ତି ଏବଂ ଏହା ପରେ ଟି -୨୦ ଏବଂ ଦିନିକିଆ ସିରିଜର ମଧ୍ୟ ଅଂଶ ନୁହଁନ୍ତି । କେବଳ ଏତିକି ନୁହେଁ, ସେ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସାମିଲ ହୋଇନାହାନ୍ତି । ଫେବୃଆରୀ ୨୦୨୨ ପରଠାରୁ କେ.ଏଲ୍‌ ରାହୁଲ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନାହାଁନ୍ତି ।


ଏହା ପରେ ସେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ରେ ଲକ୍ଷେ୍ନା÷÷ ସୁପର ଜିଆଣ୍ଟସ୍‌ ଅଧିନାୟକତ୍ୱ କରିଥିଲେ ଏବଂ ସମସ୍ତ ମ୍ୟାଚ୍‌ ମଧ୍ୟ ଖେଳିଥିଲେ । ଏହା ପରେ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ହୋଇଥିଲେ ।
ଏହି ସିରିଜ୍‌ ପୂର୍ବରୁ ରାହୁଲ ଆହତ ହୋଇ ତାଙ୍କ ନାମ ପ୍ରତ୍ୟାହାର କରିଥିଲେ । ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଦାୟିତ୍ୱ ଦିଆଯାଇଥିଲା । ସିରିଜ୍‌ ୨-୨ରେ ଶେଷ ହୋଇଥିଲା । ରାହୁଲ ତାଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ” ଷ୍ଟେପ୍‌ ବାଏ ଷ୍ଟେପ୍‌ ‘ । ଏହି ପୋଷ୍ଟରେ ସୁନୀଲ ଶେଟ୍ଟୀଙ୍କ ମନ୍ତବ୍ୟ ଭାଇରାଲ ହୋଇଛି ଏବଂ ପ୍ରାୟ ୧୦୦୦ ଲୋକ ଏହାକୁ ପସନ୍ଦ କରିଛନ୍ତି ।

Comments (0)
Add Comment