ଜୟପୁର : ଆଜିଠାରୁ ଭାରତ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଦଳ ଆଉ ଏକ ବଡ଼ ଝଟକା ଲାଗିଛି । ଅଧିନାୟକ କେନ୍ ୱିଲିୟମସନଙ୍କ ପରେ ଦ୍ରୁତ ବୋଲର କାଇଲ୍ ଜାମିସନ ମଧ୍ୟ ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରି ଯାଇଛନ୍ତ । ଆଜି ସନ୍ଧ୍ୟାରେ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ୍ ଖେଳାଯିବ । ଟେଷ୍ଟ ସିରିଜ୍ ପାଇଁ ନିଜକୁ ସତେଜ ରିଖିବା ପାଇଁ ଜାମିସନ୍ ଟି-୨୦ ସିରିଜରୁ ଓହରି ଯିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ ଜାମିସନଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ସିରିଜ ପରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ସହିତ ଦୁଇଟି ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ ।