ଚିତାବାଘ ପରି ଡେଇଁ ଭାନୁକାଙ୍କୁ ରନଆଉଟ କଲେ ମାହି

ମୁମ୍ବାଇ,୩/୪: ବୟସ ୪୦,କିନ୍ତୁ ଦମ୍‌ ଚିତାବାଘ ଭଳି । ଟିକେ ବି ଥକ୍କାପଣ ନାହିଁ । ସେ ହେଲେ ଚେନ୍ନାଇ ସୁୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଜି ଅନୁଷ୍ଠିତ ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ମ୍ୟାଚରେ ଧୋନିଙ୍କୁ ଏଭଳିଭାବରେ ଦେଖିବାକୁ ମିଳିଥିଲା । ସେ ଏଭଳିଭାବରେ ବିପକ୍ଷ ଦଳର ଭାନୁକା ରାଜପକ୍ଷଙ୍କୁ ରନଆଉଟ କରିଥିଲେ,ଯାହା ସମସ୍ତଙ୍କୁ ମୁଗ୍‌ଧ ଓ ଚକିତ କରିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସର ଆରମ୍ଭ ବହୁତ ଖରାପ ଥିଲା । ଦଳ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍‌ ହରାଇଥିଲା । ଦଳ ସମ୍ଭାଳିବା ପୂର୍ବରୁ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚିତା ବାଘପରି ଚଞ୍ଚଳତା ଦେଖାଇ ଡ୍ରାଇଭ ମାରି ପଞ୍ଜାବର ଷ୍ଟାର ବ୍ୟାଟସମ୍ୟାନ ଭାନୁକା ରାଜପକ୍ଷେଙ୍କୁ ରନ ଆଉଟ୍‌ କରିଛନ୍ତି । ଭାନୁକା ୯ ରନ କରି ଆଉଟ୍‌ ହୋଇଥିଲେ । ୪୦ ବର୍ଷ ବୟସରେ ଧୋନୀଙ୍କ ୱିକେଟ୍‌ କିପିଂରେ ଏମିତି ଚପଳତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହାର ଭିଡିଓ ମଧ୍ୟ ଭାଇରାଲ୍‌ ହେବା ଆରମ୍ଭ ହୋଇଛି । ରନ ଆଉଟ୍‌ ହେବା ଦେଖି ବ୍ୟାଟସମ୍ୟାନ ଭାନୁକା ମଧ୍ୟ ଚକିତ ହୋଇଯାଇଥିଲେ ।

Comments (0)
Add Comment