ମନ୍ଧାନାଙ୍କୁ ମିଳିଲା ୫୦ ଲକ୍ଷ ପୁରସ୍କାର

ମୁମ୍ବାଇ: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ଶନିବାର ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ଓପନର ତଥା ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ଏମ୍‌ସିଏ ପକ୍ଷରୁ ମନ୍ଧାନାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ମହିଳା ଦଳର ବିଶ୍ୱକପ୍‌ ବିଜୟରେ ମନ୍ଧାନାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ୮ ମ୍ୟାଚ୍‌ରେ ୫୪.୩୫ ଆଭରେଜରେ ୪୩୪ ରନ କରିଥିଲେ।

Comments (0)
Add Comment