ପିତାଙ୍କ ଜିଦ୍ ପାଇଁ ଷ୍ଟାର କ୍ରିକେଟର ହେଲେ ମନୀଷ ପାଣ୍ଡେ, ଆଇପିଏଲରେ ଏମିତି କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ : ନୈନିତାଳରେ ୧୦ ଡିସେମ୍ବର ୧୯୮୯ରେ ଜନ୍ମ ଗ୍ରହଣ କରିଥିବା ମନୀଷ ପାଣ୍ଡରେ ପିଲାବେଳୁ କ୍ରିକେଟ ହେବାକୁ କେବେବି ସ୍ୱପ୍ନ ଦେଖିନଥିଲେ । ସେ ତାଙ୍କ ପିତାଙ୍କ ଭଳିଆ ଆର୍ମୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଥିଲା ଅଲଗା ଓ ପିତାଙ୍କ ଜିଦ୍ ପାଇଁ ସେ ଆଜି ଜଣେ ଷ୍ଟାର କ୍ରିକେଟର ହୋଇପାରିଛନ୍ତି ।
ମନୀଷ ପାଣ୍ଡେଙ୍କ କ୍ୟାରିଅର ଆରମ୍ଭ
ମନୀଷ ପାଣ୍ଡେଙ୍କ ପିତା କୃଷ୍ଣାନନ୍ଦ ପାଣ୍ଡେ ଆର୍ମୀରେ ଅଛନ୍ତି ଓ ସେ ମଧ୍ୟ ଆର୍ମୀରେ ଭର୍ତ୍ତି ହୋଇ ଦେଶର ସେବାକୁ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପିତା କୃଷ୍ଣାନନ୍ଦ ଚାହୁଁଥିଲେ ସେ କ୍ରିକେଟର ହୁଅନ୍ତୁ । ତାଙ୍କ ପିତା ତାଙ୍କୁ କ୍ରିକେଟର ହେବାକୁ ପ୍ରେରିତ କରିଥିଲେ । ମନୀଷ ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲେ ସେହି ସମୟରେ ହିଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ତାଙ୍କର ସ୍କୁଲ ଶିକ୍ଷା କେନ୍ଦ୍ରୀୟ ବିଦ୍ୟାଳୟ ଏଏସ୍‌ସି ସେଣ୍ଟର, ବାଙ୍ଗାଲୋରରେ ଓ ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘରେ ସାମିଲ ହୋଇଥିଲେ । ମନୀଷ ୨୦୦୮ରେ ମାଲେସିଆରେ ଆୟୋଜିତ ୧୯ ବର୍ଷରୁ କମ୍ ବିଶ୍ୱକପ ଟିମର ସଦସ୍ୟ ଥିଲେ ।


ମନୀଷ ପାଣ୍ଡେଙ୍କ ଆଇପିଏଲ କ୍ୟାରିଅର
୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଟିମରେ ସାମିଲ କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଶତକ ଅର୍ଜନ କରିଥିଲେ । ଏଥିରୁ ହିଁ ଜଣାପଡୁଛି ତାଙ୍କର ଆଇପିଏଲ କ୍ୟାରିଅର କେତେ ସଫଳ । ସେହିପରି ୨୦୧୪ରେ କୋଲକତା ନାଇଟ୍ ରାଇଡର୍ସ ତାଙ୍କୁ ଦଳରେ ସାମିଲ କରିଥିଲେ । ଏହି ସିଜିନ ଫାଇନାଲ ମ୍ୟାଚରେ ସଫଳ ବ୍ୟାଟିଂ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଲାଭ କରିଥିଲେ । ଏହି ଅବସରରେ ସେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିରୁଦ୍ଧରେ ୯୪ ନମ୍ବର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୧୧ କୋଟି ଟଙ୍କାରେ କିଣିଥିଲା ।


ମନୀଷଙ୍କ ଅନ୍ତର୍ଜାତୀୟ କ୍ୟାରିଅର
ମନୀଷ ପାଣ୍ଡେ ଜିମ୍ବାୱେ ବିରୁଦ୍ଧରେ ୧୪ ଜୁଲାଇ ୨୦୧୫ରେ ଦିନିକିଆ ପଦାର୍ପଣ କରିଥିଲେ । ଦିନିକିଆ ପଦାର୍ପଣରେ ସେ ଓ କେଦାର ଯାଦବଙ୍କ ସହ ୧୪୪ରନର ଭାଗୀଦାରୀ କରିଥିଲେ । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସେ ୧୭ ଜୁଲାଇ ୨୦୧୫ରେ ଖେଳିଥିଲେ । ଜାନୁଆରୀ ୨୦୧୬ରେ ଅଷ୍ଟ୍ରେଲିଆ ଟୁର୍ ସମୟରେ ସେ ଦିନିକିଆ ଦଳରେ ସ୍ଥାନ ପାଇଥିଲେ ଓ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅପରାଜିତ ୧୦୪ ରନର ଇନିଂସ ଖେଳି ଭାରତକୁ ସିରିଜରେ ଏକମାତ୍ର ମ୍ୟାଚ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Comments (0)
Add Comment