ଲଣ୍ଡନ,୬ ।୪: ବିଶ୍ୱ ଫୁଟବଲ ଜଗତର ମହାନ ଖେଳାଳି ଡିଏଗୋ ମାରୋଡୋନାଙ୍କ ଜର୍ସିର ଖୁବ୍ ଶୀଘ୍ର ନିଲାମ ହେବ । ଅନଲାଇନରେ ନିଲାମ ହେବ ତାଙ୍କର ଜର୍ସି । ମାରାଡୋନା ୧୯୮୬ ୱାର୍ଲଡ କପ୍ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ପିନ୍ଧିଥିଲେ ଏହି ଜର୍ସି । ଏହାକୁ ପ୍ରଥମ ଥର ନିଲାମ କରାଯାଉଛି । ଏଥିଲାଗି ୪୦ ଲକ୍ଷ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିପାରେ ବୋଲି ନିଲାମକର୍ତ୍ତା ସୋଥବାୟ ଆଶାବ୍ୟକ୍ତ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ମାରାଡୋନା ଖେଳିଥିବା ଏହି ମ୍ୟାଚ୍ଟି ଇତିହାସରେ ବିବାଦସ୍ପଦ ‘ହ୍ୟାଣ୍ଡ ଅଫ ଗଡ୍’ ଗୋଲ ଲାଗି ମଧ୍ୟ ବେଶ ଚର୍ଚ୍ଚିତ । ଏହି ମ୍ୟାଚ୍ରେ ମାରୋଡୋନା ହେଡ୍ କରି ଗୋଲ କରିବାକୁ ଚାହୁଁଥିଲେ । କିନ୍ତୁ ବଲଟି ତାଙ୍କ ହାତରେ ଲାଗି ଗୋଲପୋଷ୍ଟ ଭିତରକୁ ପଶି ଯାଇଥିଲା । ହେଲେ ଗୋଲ ହେବାର ଦୃଶ୍ୟକୁ ମ୍ୟାଚ୍ ରେଫ୍ରି ଦେଖିପାରିନଥିଲେ । ତେବେ ଏହି ମ୍ୟାଚ୍ରେ ମାରାଡୋନା ତାଙ୍କ ଖ୍ୟାତି ଅନୁରୂପ ଟିମ୍କୁ ସ୍ମରଣୀୟ ବିଜୟ ମିଳିଥିଲା । ନିଲାମକର୍ତ୍ତା ସୋଥବାୟ ଏପ୍ରିଲ ୨୦ ତାରିଖ ଦିନଜର୍ସିର ଅନଲାଇନ ନିଲାମ କରିବେ । ଏହି ଜର୍ସିକୁ ୪୦ ଲକ୍ଷ ପାଉଣ୍ଡରୁ ବି ଅଧିକ ରାଶି ମିଳିପାରେ ବୋଲି ସୋଥବାୟ ଆଶା ରଖିଛନ୍ତି । ସୋଥବାୟଙ୍କ ପ୍ରମୁଖ ବରାହମ ୱାଚର ଏହି ନିଲାମକୁ ତାଙ୍କ ଜୀବନର ସବୁଠୁ ବଡ଼ କାମ ବୋଲି କହିଛନ୍ତି । ମେକ୍ସିକୋ ସିଟିରେ ୨୨ ଜୁନ ୧୯୮୬ରେ ଖେଳାଯାଇଥିବା ଏହି ମ୍ୟାଚ୍ର ଗୁରୁତ୍ୱ ଯଥେଷ୍ଟ ଅଧିକ । କାରଣ ଏହାର ଠିକ୍ ୪ ବର୍ଷ ପୂର୍ବରୁ ଆର୍ଜେଣ୍ଟିନା ଓ ବ୍ରିଟେନ ମଧ୍ୟରେ ଫକଲ୍ୟାଣ୍ଡ ଦ୍ୱୀପକୁ ନେଇ ସଂଘର୍ଷ ହୋଇଥିଲା । ମ୍ୟାଚ୍ ଶେଷରେ ମାରାଡୋନା ଗୋଲ କିପରି ହେଲା ତାହା ମଧ୍ୟ ସ୍ପଷ୍ଟ କରିଥିଲେ ।