ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ନୂଆ ଖେଳାଳି ପ୍ରବେଶ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଆଡାମ ମିଲନେଙ୍କ ଆଘାତ ପରେ ମାଥିଶା ପାଥିରାନାଙ୍କୁ ତାଙ୍କ ଦଳରେ ସିଏସକେ ଅନ୍ତର୍ଭୁକ୍ତ କରିଛି । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ସିଏସକେର ଓପନିଂ ମ୍ୟାଚରେ ମିଲ୍ନେ ଆଘାତପ୍ରାପ୍ତ ହୋଇଥିଲେ ଏବଂ ଟୁର୍ନାମେଣ୍ଟରୁ ବାଦ ପଡିଥିଲେ ।
ମିଲ୍ନେଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଯୋଗ ଦେଇଥିବା ପାଥିରାନା ଜଣେ ୧୯ ବର୍ଷ ବୟସ୍କ ଶ୍ରୀଲଙ୍କାର ମଧ୍ୟମ ଗତି ପେସର୍ । ୨୦୨୦ ଏବଂ ୨୦୨୨ ମସିହାରେ ଶ୍ରୀଲଙ୍କାର ୧୯ ବର୍ଷରୁ କମ୍ ବିଶ୍ୱକପ ଦଳରେ ମାଥିଶା ପାଥିରାନା ଅଂଶ ଗ୍ରହଣ କରିଥିଲେ । ସିଏସକେ ତାଙ୍କୁ ୨୦ ଲକ୍ଷ ମୂଲ୍ୟରେ ତାଙ୍କ ଦଳରେ ଅନ୍ତର୍ଭୁକ୍ତ କରିଛି ।