କୋଲକତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

କୋଲକତା : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ରେ ଉନ୍ମୋଚନ କଲେ ମେସି । କଲକାତା ଲେକ୍ ଟାଉନ୍ ସ୍ଥିତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବରେ ନିଜ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ରେ ଉନ୍ମୋଚନ କରିଛନ୍ତି ମେସି । ମେସି ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ । କଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଚାରୋଟି ଭିନ୍ନ ଭିନ୍ନ ସହର ପରିଦର୍ଶନ କରିବେ । ତାଙ୍କର ଏହି ଗସ୍ତକୁ ‘ଗୋଟ୍ ଇଣ୍ଡିଆ ଟୁର୍’ ବୋଲି ନାମ ଦିଆଯାଇଛି ।

ଏହି ଗସ୍ତ ସମୟରେ, ମେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ ଦେଶର ଅନେକ ମୁଖ୍ୟମନ୍ତ୍ରୀ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ। ଏହା ବ୍ୟତୀତ, ତାଙ୍କ ଦୀର୍ଘକାଳୀନ ସାଥୀ ଏବଂ ସୁପରଷ୍ଟାର ଫୁଟବଲ୍ ଖେଳାଳି ଲୁଇସ୍ ସୁଆରଜେ ଏବଂ ବିଶ୍ୱକପ୍ ବିଜେତା ରୋଡ୍ରିଗୋ ଡି ପଲ୍ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

Comments (0)
Add Comment