କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳି ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ୍‌ ଖେଳି ୫୦.୬୮ ହାରରେ ୭୮୦୫ ରନ୍ କରିଛନ୍ତି।

ଏଯାଏ ତାଙ୍କୁ ରେକର୍ଡକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରି ପାରି ନାହାନ୍ତି। ନିକଟରେ ନ୍ୟୁଜିଲ୍ୟାଣ୍ଡରେ ଖେଳା ଯାଉଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ରାଜ ଭାରତର କମାଣ ସମ୍ଭାଳିଥିଲେ।

Comments (0)
Add Comment