ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର ଦିନ ଘୋଷଣା କରିଛି ଯେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରୁ ଜସପ୍ରୀତ ବୁମ୍ରାଙ୍କୁ ବାଦ ଦିଆଯାଇଛି । ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଚୟନ କରାଯାଇଛି । ବିସିସିଆଇର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ବୁମ୍ରାଙ୍କ ପିଠିରେ ଆଘାତ ଲାଗିଛି ଏବଂ ବର୍ତ୍ତମାନ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଅଛନ୍ତି ।
ଗୁରୁବାର ଦିନ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଜସପ୍ରୀତ ବୁମରାଙ୍କ ପିଠିରେ ଆଘାତ ଲାଗିଥିବା କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଏହି ଆଘାତ ହେତୁ ବୁମ୍ରା ଆଗାମୀ ଟି -୨୦ ବିଶ୍ୱକପରୁ ବାଦ ପଡିପାରନ୍ତି । ବାସ୍ତବରେ, ବୁମ୍ରାଙ୍କ ଏହି ଆଘାତର ସୁସ୍ଥ ହେବାକୁ ତାଙ୍କୁ ୪ ରୁ ୬ ମାସ ସମୟ ଲାଗିପାରେ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉଇକେଟ କିପର), ଦୀନେଶ କାର୍ତ୍ତିକ (ଉଇକେଟ କିପର), ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ, ଶ୍ରେୟସ୍‌ ଆୟର, ଶାହାବାଜ ଅହମ୍ମଦ, ମହମ୍ମଦ ସିରାଜ

Comments (0)
Add Comment