ମୁମ୍ବାଇ : ଆଇପିଏଲ-୨୦୨୨ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଶେଷରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ମଧ୍ୟରେ ଅଦଳବଦଳ କରିପାରେ । ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଆକାଶ ଚୋପ୍ରା । ସେ କହିଛନ୍ତି ଆଇପିଏଲର ସଫଳ ଟିମ୍ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନରେ ଦଳର ଷ୍ଟାର ଅଲରାଉଣ୍ଡର କାୟରନ ପୋଲାର୍ଡଙ୍କୁ ରିଲିଜ କରିପାରେ । ପୋଲାର୍ଡ ଏହି ସିଜିନରେ ମାତ୍ର ୧୪୪ ରନ କରିପାରିଛନ୍ତି । ପୋଲାର୍ଡ ଦଳ ଆକ୍ସନ ପୂର୍ବପୁ ରିଟେନ୍ କରିଥିଲା । ଦଳ ତାଙ୍କୁ ୬କୋଟି ଟଙ୍କାରେ ରିଟେନ୍ କରିଥିଲା । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ମୁରଗାନ ଅଶ୍ୱିନ (୧.୬କୋଟି), ଟାୟମଲ ମିଲ୍ସ (୧.୫କୋଟି) ଓ ଜୟଦେବ ଉନାଦକଟ (୧.୩କୋଟି)ଙ୍କୁ ମଧ୍ୟ ରିଲିଜ କରିପାରେ ବୋଲି ଆକାଶ ଚୋପ୍ରା କହିଛନ୍ତି ।