ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ :
ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା ; ଅଭିନନ୍ଦନ ଜଣାଇଲେ ମୋଦୀ

ୟୁଜିନ: ପୁଣି ରେକଡର଼୍ ସୃଷ୍ଟିକଲେ ଭାରତର ସୁନାମଧନ୍ୟ ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ଆମେରିକାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ପୁରୁଷ ବିଭାଗରେ ଜାଭେଲିନ ଥ୍ରୋ’ ପ୍ରତିଯୋଗୀତାରେ ଆଜି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ଦୀର୍ଘ ୧୯ ବର୍ଷର ପ୍ରତୀକ୍ଷା ପରେ ଭାରତକୁ ଏହି ସଫଳତା ମିଳିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆଥଲେଟ୍‌ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମେରିକାର ୟୁଜିନରେ ଚାଲିଥିଲା ଏହି ଏହି ପ୍ରତିଯୋଗୀତା । ତାଙ୍କ ପୂର୍ବରୁ ୨୦୦୩ ରେ ଅଞ୍ଜୁ ବିବି ଜର୍ଜ ପ୍ରତିଯୋଗୀତିରେ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ତେବେ ପୁରଷ ବର୍ଗରେ କେବଳ ନୀରଜ ହିଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପର ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଦୂରକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାତେଇଥିଲେ । ଅନ୍ୟପଟେ ପ୍ରତିଯୋଗୀତାରେ ରୋହିତ ଯାଦବ ୧୦ମ ସ୍ଥାନ ହାସଲ କରିଛନ୍ତି । କାରଣ ସେ ତୃତୀୟ ରାଉଣ୍ଡରେ ହିଁ ପ୍ରତିଯୋଗିତାରୁ ବାହାରିଯାଇଥିଲେ । ସେ ପ୍ରଥମ ରାଉଣ୍ଡରେ ୭୭.୯୬, ଦ୍ୱିତୀୟରେ ୭୮.୦୫ ଓ ତୃତୀୟରେ ୭୮.୭୨ ମିଟର ଦୂରକୁ ଜାଭଲିନ ଫିଙ୍ଗିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରତିଯୋଗୀତାରେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ପ୍ରଥମ ପ୍ରୟାସର ଫେଲ୍‌ ମାରିଥିଲେ । ତାଙ୍କର ପ୍ରଥମ ଥ୍ରୋ’କୁ ଫାଉଲ୍‌ ଘୋଷଣା କରାଯାଇଥିଲା । ଏହାପରେ ସେ ଦ୍ୱିତୀୟ ରାଉଣ୍ଡରେ ୮୨.୩୯ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିଲେ । ନୀରଜଙ୍କ ବିପକ୍ଷରେ ଖେଳୁଥିବା ଗ୍ରେନାଡ଼ା କେ ଆଣ୍ଡରସନ ପିଟର୍ସ ପ୍ରଥମ ପ୍ରୟାସରେ ୯୦.୨ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୯୦.୪୬ ଦୂର ଫିଙ୍ଗି ପ୍ରଥମ ରାଉଣ୍ଡରେ ହିଁ ନୀରଜଙ୍କ ଉପରେ ଚାପ ପକାଇଥିଲେ । ଏହାପରେ ନୀରଜ ତୃତୀୟ ରାଉଣ୍ଡରେ ୮୬.୩୭ ଓ ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଦୂରକୁ ଜାଭଲୀନ ଫିଙ୍ଗି ନିଜର ପ୍ରଦର୍ଶନରେ ଉନ୍ନତି ଆଣିଥିଲେ ବି ପଞ୍ଚମ ରାଉଣ୍ଡରେ ଫେଲ୍‌ ମାରିଥିଲେ । ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ପୁରୁଷ ବର୍ଗରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ ପଦକ ହାସଲ କରିଥିବା ବେଳେ ତାଙ୍କ ପୂର୍ବରୁ ୨୦୦୩ରେ ମହିଳା ବର୍ଗରେ ଅଞ୍ଜୁ ବିବି ଜର୍ଜ ଭାରତକୁ କାଂସ୍ୟ ପଦକ ଜିତାଇଥିଲେ । ଏହି ପ୍ରତିଯୋଗୀତାରେ ୨୪ ବର୍ଷୀୟ ନୀରଜଙ୍କ ବ୍ୟାତୀତ ଅନ୍ୟ ୩୪ ଜଣ ଆଥଲେଟ୍‌ ଭାଗ ନେଇଥିଲେ । ସମସ୍ତଙ୍କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା । ନୀରଜ ପ୍ରଥମ ଗ୍ରୁପ୍‌ରେ ଥିବା ବେଳେ ରୋହିତଙ୍କୁ ଗ୍ରୁପ୍‌ ‘ବି’ରେ ରଖାଯାଇଥିଲା । ନୀରଜ ତାଙ୍କ କ୍ୟରିୟରରେ ତୃତୀୟ ସବୁଠାରୁ ଭଲ ୮୮. ୩୯ ମିଟର ଫିଙ୍ଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ ।

Comments (0)
Add Comment