ଏସିଆ କପ୍‌ ପାଇଁ ପାକିସ୍ତାନ ଦଳ ଘୋଷଣା, ୨୮ରେ ଭାରତ ବିପକ୍ଷରେ ଖେଳିବ ମ୍ୟାଚ

ନୂଆଦିଲ୍ଲୀ : ନେଦରଲ୍ୟାଣ୍ଡ ଏବଂ ୟୁଏଇରେ ହେବାକୁ ଥିବା ଆଗାମୀ ଟି -୨୦ ଏସିଆ କପ୍‌ ପାଇଁ ପାକିସ୍ତାନ ନିଜର ମଜଭୁତ ଦଳ ଘୋଷଣା କରିଛି । ପାକିସ୍ତାନ ୨୮ ଅଗଷ୍ଟ ରବିବାର ଦିନ ଭାରତ ବିପକ୍ଷରେ ଏସିଆ କପ-୨୦୨୨ର ପ୍ରଥମ ମ୍ୟାଚ ଖେଳିବ । ଷ୍ଟାର ପେସର୍‌ ଶାହିନ୍‌ ଆଫ୍ରିଦି ଉଭୟ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ସେ ଖେଳିନଥିଲେ । ନେଦରଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ସୁପର ଲିଗ୍‌ ସିରିଜ୍‌ ସମୟରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି । ଏସିଆ କପ୍‌ ପାଇଁ ପିସିବି ୧୫ ଜଣିଆ ଦଳ ଘୋଷଣା କରିଛି ।
ନେଦରଲ୍ୟାଣ୍ଡ ଦିନିକିଆ ପାଇଁ ପାକିସ୍ତାନ ଦଳ: ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଅବଦୁଲ୍ଲା ଶାଫିକ୍‌, ଫଖର ଜମାନ, ହରିସ ରାଉଫ, ଇମାମ-ଉଲ-ହକ, ଖୁସଦିଲ ଶାହା, ମହମ୍ମଦ ହାରିସ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ନସିମ ଶାହା, ସଲମାନ ଅଲି ଆଗା, ଶାହିନ୍‌ ଶାହା ଆଫ୍ରିଦି, ଶାହନାୱାଜ ଦହାନି, ଜାହିଦ ମହମ୍ମୁଦ
ଏସିଆ କପ୍‌ ପାଇଁ ପାକିସ୍ତାନ ଦଳ: ବାବର ଆଜାମ (କ୍ୟାପଟେନ), ଶାଦବ ଖାନ, ଆସିଫ ଅଲି, ଫଖର ଜମାନ, ହାଇଦର ଅଲି, ହରିସ ରାଉଫ, ଇପ୍ତିିଖାର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ଶାହନାୱାଜ ଦହାନି, ଉସମାନ କାଦରିି

Comments (0)
Add Comment