ଟେଷ୍ଟ କ୍ରିକେଟରେ ଏହି ନୂଆ ରେକର୍ଡ କଲେ ରିଷଭ ପନ୍ତ

ବେଙ୍ଗାଲୁରୁ,୧୩/୩ : ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ତଥା କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ରିଷଭ ପନ୍ତ । ରବିବାର ଭାରତ-ଶ୍ରୀଲଙ୍କା ଡେ ନାଇଟ୍‌ ଟେଷ୍ଟରେ ସେ ୨୮ ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହିତ ଟେଷ୍ଟ କ୍ରିକେଟରୁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ତେବେ ରିଷଭ ପନ୍ତ ଏହି ଧୂଆଁଧାର ଇଂନିସ ସହ କପିଲ ଦେବଙ୍କ ୪୦ ବର୍ଷ ତଳର ରେକର୍ଡକୁ ଭାଙ୍ଗିଛନ୍ତି । ରିଷଭ ପନ୍ତଙ୍କ ପୂର୍ବରୁ କପିଲ ଦେବ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ଥିଲେ । ସେ ୧୯୮୨ରେ ପାକିସ୍ତାନ ବିପକ୍ଷ ଏକ ଟେଷ୍ଟରେ ମାତ୍ର ୩୦ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ହେଲେ ଏବେ ପନ୍ତ ୨୮ ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିବା ସହିତ କପିଲଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି । ସେହିପରି ଏହି ତାଲିକାର ତୃତୀୟ ସ୍ଥାନରେ ସାର୍‌ଦ୍ଦୁଲ ଠାକୁର ଓ ଚତୁର୍ଥ ସ୍ଥାନରେ ବୀରେନ୍ଦ୍ର ସେହ୍ୱାଗ ଅଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ସାହିଦ୍‌ ଆଫ୍ରିଦଙ୍କ ନାଁରେ ରହିଛି । ସେ ଭାରତ ବିପକ୍ଷ ମାଚରେ ମାତ୍ର ୨୬ ବଲରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତାଙ୍କ ପଛକୁ ଇୟାନ ବୋଥାମ୍‌ ମଧ୍ୟ ଭାରତ ବିପକ୍ଷରେ ମାତ୍ର ୨୮ ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।

Comments (0)
Add Comment