ମୁମ୍ବାଇ : ଗତକାଲି ଆଇପିଏଲ-୧୫ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷେ୍ନା÷÷ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସୁପର ଜିଆଣ୍ଟସ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ସିଜିନରେ ତୃତୀୟ ବିଜୟ ହାସଲ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଏହି ମ୍ୟାଚ୍ ହାରିଯିବା ପରେ ।ଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ମ୍ୟାଚରେ ମନ୍ଥର ଓଭର ହାର ପାଇଁ ପନ୍ତଙ୍କୁ ୧୨ଲକ୍ଷ ଟଙ୍କା ଜରିମାନ ଦେବାକୁ ପଡିବ । ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ସମୟରେ କମ୍ ଓଭର ବୋଲିଂ କରିଥିଲା । ଏଥିପାଇଁ ଅଧିନାୟକ ପନ୍ତଙ୍କୁ ସହିବାକୁ ପଡିବ ।
ଆଇପିଏଲ ବିବୃତ୍ତି ଅନୁଯାୟୀ, ‘ଦିଲ୍ଲୀ କ୍ୟାପିଟାଲ୍ସକୁ ମନ୍ଥର ଓଭର ହାର ପାଇଁ ଜରିମାନା କରାଯାଇଛି । ଆଇପିଏଲ୍ ଆଚରଣ ବିଧି ଅନୁଯାୟୀ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ଆଇପିଏଲ୍ ୨୦୨୨ ରେ ଏହା ପ୍ରଥମ ଅପରାଧ ଅଟେ, ତେଣୁ ପନ୍ତଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ।
ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହା କ୍ରମାଗତ ଦ୍ୱିତୀୟ ପରାଜୟ ।