ନିଷ୍ପତ୍ତି  ବଦଳାଇଲେ, ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଡି’କକ୍‌

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର  ୱିକେଟ୍‌ କିପର ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ଅବସର ନିଷ୍ପତ୍ତି  ବଦଳାଇଛନ୍ତି । ସେ ଖୁବଶୀଘ୍ର ସୀମିତ ଓଭର ଫର୍ମାଟ୍‌କୁ  ଫେରିବାକୁ ଯାଉଛନ୍ତି । ଆଗାମୀ ନାମିବିୟା ଏବଂ ପାକିସ୍ତାନ  ଗସ୍ତ ପାଇଁ ଘୋଷିତ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳରେ ତାଙ୍କୁ  ସାମିଲ କରାଯାଇଛି ।

୨୦୨୩  ଦିନିକିଆ ବିଶ୍ୱକପ୍‌ ଶେଷ ହେବା  ପରେ ସେ ଅବସର ଘୋଷଣା  କରିଥିଲେ । ସେହିପରି ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ପରଠୁ  ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌  ଖେଳିନାହାନ୍ତି । ଡି’କକ୍‌ ୨୦୨୧ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର  ଘୋଷଣା କରିଥିଲେ । ଆସନ୍ତା ଅକ୍ଟୋବର ୧୧ ତାରିଖରେ  ଦକ୍ଷିଣ ଆଫ୍ରିକା ଓ ଘରୋଇ ନାମିବିୟା ମଧ୍ୟରେ ଏକ ଟି-ଟ୍ୱେଣ୍ଟି  ଖେଳାଯିବ । ଡି’କକ୍‌ ଏହି ମ୍ୟାଚ୍‌ ଜରିଆରେ ପ୍ରତ୍ୟାବର୍ତ୍ତନ  କରିବେ । ଏହାପରେ ଦଳ ପାକିସ୍ତାନ ଗସ୍ତ କରି ଏକ ପୂର୍ଣ୍ଣାଙ୍ଗ  ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୨ଟି ଟେଷ୍ଟ, ୩ଟି  ଟି-ଟ୍ୱେଣ୍ଟି ଏବଂ ୩ଟି ଦିନିକିଆ ଖେଳାଯିବ । ଟେଷ୍ଟ ଦଳର  ନିୟମିତ ଅଧିନାୟକ ତେମ୍ବା ବଭୁମା ବାଦ୍‌ ପଡ଼ିଥିବାବେଳେ  ତାଙ୍କ ସ୍ଥାନରେ ଆଡେନ ମାରକ୍ରମ ନେତୃତ୍ୱ ନେବେ । 

Comments (0)
Add Comment