ରଣଜୀ ଟ୍ରଫି-୨୦୨୨ର ପ୍ରଥମ ଦିନରେ ଏହି ୧୧ ବ୍ୟାଟ୍ସମ୍ୟାନ ଅର୍ଜନ କଲେ ଶତକ

ନୂଆଦିଲ୍ଲୀ : କୋଭିଡ ମହାମାରୀ କାରଣରୁ ଗତବର୍ଷ ଭାରତୀୟ କ୍ରିକେଟ ବୋର୍ଡର ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ ହୋଇନଥିଲା । ଚଳିତ ବର୍ଷ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରଣଜୀ ଟ୍ରଫି ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୮ ଟିମ ମଧ୍ୟରେ ୧୯ଟି ମ୍ୟାଚ ଆୟୋଜିତ ହୋଇଥିଲା । ଦୁଇଜଣ ଡେବ୍ୟୁଟାଣ୍ଟଙ୍କ ସହ ୧୧ଜଣ ବ୍ୟାଟ୍ସମ୍ୟାନ ଆଜି ଶତକ ଅର୍ଜନ କରିଥିବା ବେଳେ ଜଣେ ବୋଲର ହ୍ୟାଟ୍ରିନ ଅର୍ଜନ କରିବାରେ ସଫଳ ହୋଇଛନ୍ତି ।
ସର୍ବପ୍ରଥମେ, ଚାଲନ୍ତୁ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ରଣଜୀ ଟ୍ରଫି ସହିତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ରେ ଡେବ୍ୟୁ କରିବା ସମୟରେ ଶତକ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିକଟରେ ଶେଷ ହୋଇଥିବା ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ଅଧିୟାକ ୟାସ ଢୁଲ । ଦିଲ୍ଲୀ ପାଇଁ ଖେଳୁଥିବା ବେଳେ ସେ ତାମିଲନାଡୁ ବିପକ୍ଷରେ ୧୫୦ ଟି ବଲରେ ୧୧୩ ରନର ଇନିଂସ ଖେଳିଥିଲେ । ଏଥି ସହିତ ମହାରାଷ୍ଟ୍ର ପାଇଁ ଖେଳୁଥିବା ପୱନ ଶାହା ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିବା ସମୟରେ ଶତକ ହାସଲ କରିଥିଲେ । ସେ ୧୫ଚୌକା ଓ ୧ ଛକା ସହାୟତାରେ ୨୭୫ ବଲରେ ୧୬୫ ରନ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି ।
ଏହା ବ୍ୟତୀତ ବିହାରର ଦୁଇ ବ୍ୟାଟ୍ସମ୍ୟାନ୍‌ ମିଜୋରାମଙ୍କ ବିପକ୍ଷରେ ଶତକ ହାସଲ କରିଥିବାବେଳେ ଦୁଇ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ମୁମ୍ବାଇ ପାଇଁ ଖେଳୁଥିବା ବେଳେ ଶତକ ହାସଲ କରିଥିଲେ । ସେହିପରି କର୍ଣ୍ଣାଟକ ପାଇଁ ଖେଳୁଥିବା ଦୁଇଜଣ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଶତକ ହାସଲ କରିଥିଲେ । କେରଳ, ହରିୟାଣା ଏବଂ ପୁଡୁଚେରୀ ପାଇଁ ଖେଳୁଥିବା ଜଣେ ଲେଖାଏଁ ବ୍ୟାଟ୍ସମ୍ୟାନ ଏହି ଉପଲବ୍ଧି ହାସଲ କରିଚନ୍ତି । ମୁମ୍ବାଇ ପାଇଁ ଖେଳୁଥିବା ଅଜିଙ୍କ୍ୟ ରାହାନେ ୧୦୮ ଓ ସରଫରାଜ ଖାନ ୧୨୧ କରି ଅପରାଜିତ ଥିବାବେଳେ ଅଧିନାୟକ ମନୀଷ ପାଣ୍ଡେ କର୍ଣ୍ଣାଟକ ପାଇଁ ୧୫୬ ରନ କରି ଆଉଟ ହୋଇଥିବା ବେଳେ ର୍ ରେଳବାଇ ବିପକ୍ଷରେ କୃଷ୍ଣମୂର୍ତ୍ତି ୧୪୦ ରନ୍‌ରେ ଅପରାଜିତ ଅଛନ୍ତି ।
ଏଥି ସହିତ ବିବାହ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବାବୁଲ କୁମାର ୧୨୩ ଏବଂ ସାକିବୁଲ ଘାନି ୧୩୬ ରନ୍‌ କରି ଖେଳୁଛନ୍ତି । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ବିପକ୍ଷରେ ପୁଡୁଚେରୀ ପାଇଁ ପାରା ଡୋଗ୍ରା ୧୦୮ ରନ୍‌ ସଂଗ୍ରହ କରିଛନ୍ତି । ମେଘାଳୟ ବିପକ୍ଷରେ କେରଳ ଦଳ ପାଇଁ ରୋହନ କୁନ୍ନୁମାଲ ୧୦୭ ରନ୍‌ ସଂଗ୍ରହ କରିଥିବାବେଳେ ୟଶୁ ଶର୍ମା ତ୍ରିପୁରା ବିପକ୍ଷରେ ହରିୟାଣା ପାଇଁ ୧୦୧ ରନ୍‌ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ମଣିପୁରର କିସାନ ସିଙ୍ଗା ଅରୁଣାଚଳ ପ୍ରଦେଶ ବିପକ୍ଷରେ ହ୍ୟାଟ୍ରିକ୍‌ ନେବା କାମ କରିଥିଲେ ।

Comments (0)
Add Comment