ଅନ୍ତର୍ଜାତୀୟସ୍ତରରେ ଡେବ୍ୟୁ କଲେ ବିଷ୍ଣୋଇ

କୋଲକତା : ଭାରତର ଷ୍ଟାର ଯୁବ ସ୍ପିନର ରବି ବିଷ୍ଣୋଇ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚେ ଡେବ୍ୟୁ କରିଛନ୍ତି । ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜରେ ଷ୍ଟାର୍‌ ସ୍ପିନ୍‌ ବୋଲର ରବି ବିଷ୍ଣୋଇଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଇପିଏଲ୍‌ ଏବଂ ଘରୋଇ କ୍ରିକେଟ୍‌ ରେ ତାଙ୍କର ଭଲ ପ୍ରଦର୍ଶନ ଯୋଗୁଁ ସେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଅଣ୍ଡର ୧୯ ବିଶ୍ୱକପ ୨୦୨୦ ରନର୍‌ ଅପ୍‌ ଭାରତୀୟ ଦଳର ଅଂଶବିଶେଷ ଥିବା ରବି ବିଷ୍ଣୋଇଙ୍କୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଅର୍ଥାତ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ସୁପର ଜିଆଣ୍ଟସ୍‌ ଆଇପିଏଲ୍‌ ୨୦୨୨ ପାଇଁ ତୃତୀୟ ଖେଳାଳି ଭାବରେ ମନୋନୀତ କରିଛି । ଏହାପୂର୍ବରୁ ସେ ଦୁଇ ଋତୁ ପାଇଁ ପଞ୍ଜାବ ଦଳ ପାଇଁ ଆଇପିଏଲ୍‌ ଖେଳିଛନ୍ତି ।

ଏଥିସହିତ ଯେତେବେଳେ ସେ ଭାରତ ଦଳରେ ପ୍ରଥମ ଥର ପାଇଁ ମନୋନୀତ ହୋଇଥିଲେ, ସେତେବେଳେ ସେ ଅନୀଲ କୁମ୍ବଲେଙ୍କୁ ଧନ୍ୟବାଦ ଦେଇଥିଲେ, କାରଣ ସେ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଥିଲେ । ଆଜି ସେ ଅନ୍ୟତମ ଷ୍ଟାର ଲେଗ ସ୍ପିନର ୟୁଜଭେଦ୍ର ଚହଲଙ୍କଠାରୁ କ୍ୟାପ୍‌ ଗ୍ରହଣ କରିଥିଲେ । ସେ ତାଙ୍କର ଡେବ୍ୟୁ ମ୍ୟାଚରେ ୪ ଓଭରରେ ୧୭ ରନ ଦେଇ ୨ଟି ଉଇକେଟ ନେଇଥିଲେ ।

Comments (0)
Add Comment