ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିନପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ, କିନ୍ତୁ ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ଦଳର ଉପ-ଅଧିନାୟକ ତଥା ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଟିମ୍‌ ଏକାଦଶରୁ ବାଦ ପଡିପାରନ୍ତି । ଆଜିର ମ୍ୟାଚରେ ସେ ଖେଳିବେ କି ନାହିଁ ତାହାକୁ ନେଇ ସସପେନ୍ସ ଲାଗି ରହିଛି ।ଆଣ୍ଠୁରେ ଆଘାତ ହେତୁ ତାଙ୍କୁ ପ୍ରଥମ ମ୍ୟାଚରୁ ବାଦ ଦିଆଯାଇପାରେ, ଯଦିଓ ଏହା ଏପର୍ଯ୍ୟନ୍ତ ସରକାରୀ ଭାବେ ନିଶ୍ଚିତ ହୋଇନାହିଁ ।
ଏହି ସିରିଜରୁ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ଋଷଭ ପନ୍ତଙ୍କ ପରି ବରିଷ୍ଠ ଖେଳାଳିମାନେ ବିଶ୍ରାମ ନେଇଥିବାରୁ ଦଳର ଅଧିନାୟକତ୍ୱ ଶିଖର ଧାୱନଙ୍କ ହାତରେ ରହିଛି । ଜାଡେଜା ଉଭୟ ବ୍ୟାଟ୍‌ ଓ ବୋଲରେ କମାଲ କରିଥାନ୍ତି ତେଣୁ ସେ ଦଳରୁ ବାଦ ପଡିବା ଶିଖର ଧାୱନଙ୍କ ଦଳ ପାଇଁ ସମସ୍ୟା ବଢାଇପାରେ ।
ମ୍ୟାଚ୍‌ ପୂର୍ବରୁ ଜାଡେଜାଙ୍କ ଉପଲବ୍ଧତା ଉପରେ ଏକ ଅଫିସିଆଲ୍‌ ଅପଡେଟ୍‌ ହେବ, କାରଣ ଡାକ୍ତରୀ ଦଳ ବର୍ତ୍ତମାନ ତାଙ୍କ ଆଘାତ ଉପରେ ନଜର ରଖିଛନ୍ତି । ଯଦି ଜାଡେଜା ବାଦ ପଡନ୍ତି, ତେବେ ଅକ୍ଷର ପଟେଲ ତାଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇପାରିବେ ।

Comments (0)
Add Comment