ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା, ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଭାରତ

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଶନିବାର ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟି -୨୦ ଏବଂ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜରେ ଆଘାତ ଯୋଗୁଁ ଓପନର୍‌ କେ.ଏଲ୍‌ ରାହୁଲ ବାଦ ପଡିଛନ୍ତି ।
ଏଥିସହିତ ଏକ ବଡ଼ ଖବର ହେଉଛି ଯେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ବାଦ ଦେଇଛି ।ଉଭୟ ଖେଳାଳିଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ ।ରୋହିତଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରି ଚେତନ ଶର୍ମା କହିଛନ୍ତି, “ରୋହିତ ହେଉଛନ୍ତି ଆମ ଦେଶର ୧ ନମ୍ବର କ୍ରିକେଟର । ସେ ସମ୍ପୂର୍ଣ୍ଣ ଫିଟ୍‌ ଏବଂ ଭଲ । ତାଙ୍କ ପରି ଜଣେ ବଡ ଖେଳାଳି ଅଧିନାୟକ ହେବାପରେ ଖେଳାଳିଙ୍କୁ ସଜାଇବା ସହଜ ହୋଇଥାଏ ।”
ଫେବୃଆରୀ ୨୪ ରେ ଶ୍ରୀଲଙ୍କାର ଭାରତ ଗସ୍ତ ଆରମ୍ଭ । ପ୍ରଥମ ତିନୋଟି ମ୍ୟାଚ୍‌ ଟି -୨୦ ସିରିଜ୍‌ ଏହି ଟୁର୍‌ ରେ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍‌ ଲକ୍ଷେ୍ନା÷÷ରେ ଅନୁଷ୍ଠିତ ହେବାକୁ ଥିବାବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଧର୍ମଶାଳାରେ ଆୟୋଜିତ ହେବ । ଟି -୨୦ ସିରିଜ୍‌ ପରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ମଧ୍ୟ ଖେଳାଯିବ । ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ ରୁ ମୋହାଲିରେ ଏବଂ ଦ୍ୱିତୀୟ ଟେଷ୍ଟ ମାର୍ଚ୍ଚ ୧୨ ରୁ ବାଙ୍ଗାଲୋରରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଦିବରାତ୍ରୀ ଟେଷ୍ଟ ହେବ ।

ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କା ପଞ୍ଚଲ, ବିରାଟ କୋହଲି, ଶ୍ରେୟସ୍‌ ଆୟର, ହନୁମା ବିହାରୀ, ଶୁଭମାନ ଗିଲ, ଋଷଭ ପନ୍ତ, କେ.ଏସ୍‌ ଭରତ, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ (ଫିଟନେସ୍‌ ଉପରେ ନିର୍ଭର କରନ୍ତି), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ,ସୌରଭ କୁମାର

ଟି -୨୦ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ), ରିତୁରାଜ ଗାଇକୱାଡ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଦୀପକ ହୁଡା, ଜସପ୍ରୀତ ବୁମରା (ଉପ-କ୍ୟାପଟେନ), ମହମ୍ମଦ ସିରାଜ, ହର୍ଷଲ ପଟେଲ, ସଞ୍ଜୁ ସାମସନ୍‌, ରବିନ୍ଦ୍ର ଜାଡେଜା ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଆଭେଶ ଖାନ ।

Comments (0)
Add Comment