ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା,ଟେଷ୍ଟ ସିରିଜରୁ ବାଦ ପଡିପାରନ୍ତି ରୋହିତ

ଢାକା: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ ଥିଲେ। ତେବେ ରୋହିତ ଶେଷରେ ବ୍ୟାଟିଂ ସମୟରେ କ୍ରିଜକୁ ଆସି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସ ସତ୍ତ୍ୱେ ଦଳ ଜିତି ପାରି ନ ଥିଲା।
ମ୍ୟାଚ ପରେ କୋଚ ରାହୁଲ ଦ୍ରାବିଡ କହିଛନ୍ତି, ରୋହିତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଘରକୁ ଫେରୁଛନ୍ତି। ହିଟମ୍ୟାନଙ୍କ ସମେତ ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନ ଆହତ କାରଣରୁ ତୃତୀୟ ଦିନିକିଆରୁ ବାଦ ପଡିଛନ୍ତି। ଏଥି ସହିତ ରୋହିତ ଶର୍ମା ମ୍ୟାଚ ପରେ କହିଛନ୍ତି ଯେ ଆଙ୍ଗୁଠିରେ ଆଘାତ ବଡ଼ ନୁହେଁ। ସୌଭାଗ୍ୟବଶତଃ ଆଙ୍ଗୁଠି ଭାଙ୍ଗି ନାହିଁ, ତେଣୁ ମୁଁ ବ୍ୟାଟିଂ କରିବାକୁ ସକ୍ଷମ ହେଲି। ଡିସେମ୍ବର ୧୪ରୁ ରୋହିତ ଟେଷ୍ଟ ସିରିଜ ଖେଳି ପାରିବେ କି ନାହିଁ ସେ ନିଶ୍ଚିତ ନୁହଁନ୍ତି ବୋଲି ଦ୍ରାବିଡ କହିଛନ୍ତି।

Comments (0)
Add Comment