ଅଣ୍ଡର-୧୯ ଖେଳାଳିଙ୍କୁ କ୍ରିକେଟ ପାଠ ପଢାଇଲେ ରୋହିତ, ଫଟୋ ସେୟାର କଲା ବିସିସିଆଇ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଆହତରୁ ସୁସ୍ଥ ହେବା ପାଇଁ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ରହିଛନ୍ତି । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ସହ ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏନସିଏରେ ଫିଟନେସ୍‌ ହାସଲ କରୁଛନ୍ତି । ଉଭୟ ଭେଟେରାନ୍‌ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛନ୍ତି । ରୋହିତ ଶର୍ମା ଶୁକ୍ରବାର ଅଣ୍ଡର ୧୯ ଟିମକୁ ସମ୍ବୋଧିତ କରି କ୍ରିକେଟର କଳାକୌଶଳ ବିଷୟରେ କହିଥିଲେ । ଏଠାରେ ଥିବା ସମୟରେ ରୋହିତ ଅଣ୍ଡର -୧୯ ଦଳ ସହିତ ସମୟ ଅତିବାହିତ କରିଥିଲେ ।


ଡିସେମ୍ବର ୨୩ ରୁ ୟୁଏଇରେ ଖେଳାଯିବାକୁ ଥିବା ଆଗାମୀ ଏସିସି ଅଣ୍ଡର -୧୯ ଏସିଆ କପ୍‌ ପୂର୍ବରୁ ୨୫ ସଦସ୍ୟ ବିଶିଷ୍ଟ ଭାରତୀୟ ଅଣ୍ଡର -୧୯ ଦଳ ଏନସିଏରେ କ୍ୟାମ୍ପ କରିଛନ୍ତି । ରୋହିତଙ୍କ ରିହାବ ସମୟରେ ଅଣ୍ଡର -୧୯ ଦଳକୁ ସମ୍ବୋଧିତ କରୁଥିବା ଚିତ୍ରଗୁଡ଼ିକୁ ବିସିସିଆଇ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିସିସିଆଇ ୪ ଟି ଚିତ୍ର ସେୟାର କରିଛି । ଏହି ଚିତ୍ରଗୁଡ଼ିକରେ ରୋହିତ ଯୁବ ଖେଳାଳିଙ୍କୁ ସମ୍ବୋଧିତ କରୁଛନ୍ତି । ବିସିସିଆଇ କ୍ୟାପସନରେ ଲେଖିଛି, ‘ଅମୂଲ୍ୟ ଶିକ୍ଷା ।

କ୍ରିକେଟ ପାଠ ପଢାଇଲେ ରୋହିତ
Comments (0)
Add Comment