ଆଇପିଏଲ ନିଲାମରେ ସାମିଲ ହେଲେ ଶ୍ରୀସନ୍ଥ, ଜାଣନ୍ତୁ ତାଙ୍କର ମୂଳ ଦର

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମ ଫେବୃଆରୀ ୧୨ ଏବଂ ୧୩ ରେ ଅନୁଷ୍ଠିତ ହେବ । ଏଥର ସମୁଦାୟ ୧୦ ଟି ଦଳ ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି । ମେଗା ନିଲାମ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କେରଳର ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ ମଧ୍ୟ ନିଜକୁ ପଞ୍ଜୀକୃତ କରିଛନ୍ତି । ଶ୍ରୀସନ୍ତ ତାଙ୍କ ମୂଳ ମୂଲ୍ୟକୁ ୫୦ ଲକ୍ଷ ଟଙ୍କା ରଖିଛନ୍ତି । ଦୁଇ ଦିନିଆ ମେଗା ନିଲାମରେ ମୋଟ ୫୯୦ କ୍ରିକେଟର ସାମିଲ ହେବେ । କିଛି ବଡ ଖେଳାଳି ମଧ୍ୟ ଆଇପିଏଲ୍‌ ର ୧୫ ତମ ସିଜନ୍‌ ପାଇଁ ନିଜକୁ ପଞ୍ଜୀକୃତ କରିଛନ୍ତି । ୫୯୦ ଖେଳାଳିଙ୍କ ମଧ୍ୟରୁ ୨୨୮ ଅନ୍ତର୍ଜାତୀୟ ଖେଳାଳି ହୋଇଥିବାବେଳେ ୩୫୫ ଖେଳାଳି ଅନକ୍ୟାପ ଖେଳାଳି ରହିଛନ୍ତ । ସାତଜଣ ଖେଳାଳି ସହଯୋଗୀ ଦେଶରୁ ନିଲାମରେ ଅଂଶଗ୍ରହଣ କରିବେ ।

Comments (0)
Add Comment