ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଦେଶବାସୀଙ୍କ ନିବେଦନ କଲେ ସଚିନ

ମୁମ୍ବାଇ: ପାରା ଖେଳାଳିଙ୍କୁ ‘ରିଅଲ୍‌ ଲାଇଫ୍‌ ହିରୋ’ ବୋଲି କହିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ଟୋକିଓ ପାରାଲିମ୍ପିକ୍‌ ଗେମ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମଙ୍ଗଳବାରଠାରୁ ପାରା ଅଲିମ୍ପିକ୍‌ ଖେଳ ଆରମ୍ଭ ହେବ । ଟୋକିଓ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଦେଶର ୫୪ ଖେଳାଳିଙ୍କୁ ସମର୍ଥନ କରିବାକୁ ମୁଁ ସମସ୍ତ ଭାରତୀୟଙ୍କୁ ନିବେଦନ କରୁଛି ବୋଲି ତେନ୍ଦୁଲକର ସୋମବାର ଏକ ବିବୃତ୍ତିରେ କହିଛନ୍ତି ।
ତେନ୍ଦୁଲକର କହିଛନ୍ତି ଯେ ପାରା ଖେଳାଳିଙ୍କ ଯାତ୍ରାରୁ ଶିକ୍ଷା ଦିଏ ଯେ ଯଦି ଉତ୍ସାହ ଏବଂ ନିଷ୍ଠା ଥାଏ ତେବେ କେହି କିଛି ବି କରିପାରିବେ । ପୁରୁଷ ଓ ମହିଳା ଅନ୍ତର୍ଜାତୀୟ ଖେଳାଳି ନୁହଁନ୍ତି ପାରା ଅଲିମ୍ପିକ୍ସ ଖେଳାଳି ହିଁ ଆମ ସମସ୍ତଙ୍କ ପାଇଁ ପ୍ରକୃତ ଜୀବନର ହିରୋ ।’
ତେନ୍ଦୁଲକର କହିଛନ୍ତି,ଆମେ ଯେପରି ଅଲିମ୍ପିକ୍‌ ହିରୋ ଓ କ୍ରିକେଟରମାନଙ୍କୁ ସମର୍ଥନ କରୁଛେ, ସେହିପରି ଏହି ଖେଳାଳିମାନଙ୍କୁ ସମର୍ଥନ କରିବା ଜରୁରୀ । କେବଳ ପଦକ ବିଜେତାଙ୍କୁ ସମର୍ଥନ କରିବାନି ବରଂ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ସମର୍ଥନ କରି ତାଙ୍କର ଉତ୍ସାହ ବଢାଇବା ବୋଲି ସେ କହିଛନ୍ତି । ପାରାଲିମ୍ପିକ୍‌ ଗେମ୍ସରେ ଅଂଶଗ୍ରହଣ କରୁଥିବା ୫୪ ଖେଳାଳିଙ୍କ ମଧ୍ୟରୁ ସମସ୍ତେ ପଦକ ଜିତିବେ ନାହିଁ ।
ତେନ୍ଦୁଲକର ଆଶା ପ୍ରକଟ କରିଛନ୍ତି ଯେ ଏଥର ଭାରତ ପାରାଲିମ୍ପିକ୍ସରେ ଅଧିକ ପଦକ ଜିତିବାରେ ସକ୍ଷମ ହେବ । ଏଥର ୧୦ ରୁ ଅଧିକ ପଦକ ଜିତି ପାରିବା ବୋଲି ମୁଁ ଆଶା କରୁଛି । ରିଓରେ ଆମେ ଚାରିଟି ପଦକ ଜିତିଥିଲୁ । ଯଦି ଆମେ ଏଥର ୧୦ ରୁ ଅଧିକ ପଦକ ଜିତିବା, ଏହା ଏକ ବିରାଟ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।

Comments (0)
Add Comment