୩୦ଲକ୍ଷରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ଜାଣନ୍ତୁ କେଉଁ ଦଳକୁ ଗଲେ

ନୂଆଦିଲ୍ଲୀ : କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଆଇପିଏଲ୍‌ ୨୦୨୨ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ୩୦ ଲକ୍ଷ ଟଙ୍କାରେ କିଣିଛନ୍ତି । ପ୍ରଥମେ ଅର୍ଜୁନ ପାଇଁ ମୁମ୍ବାଇ ବିଡ୍‌ କରିଥିଲା । ଏହାପରେ ଗୁଜୁରାଟ ଟାଇଟାନ୍ସ ମଧ୍ୟ ତାଙ୍କୁ ନେବା ପାଇଁ ଚାହିଁଥିଲା । କିନ୍ତୁ ଅର୍ଜୁନଙ୍କ ପାଇଁ ଶେଷ ବିଡ୍‌ ମୁମ୍ବାଇ କରିଥିଲା ।
ଆଇପିଏଲ୨୦୨୨ ର ବଡ ନିଲାମର ଶେଷ ଭାଗରେ ଅର୍ଜୁନ ବିକ୍ରି ହୋଇଥିଲେ । ଏହି ତାଲିକାର ମୋଟ ୨୩ ଖେଳାଳି ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଦୁଇ ଖେଳାଳି ମହମ୍ମଦ ନବୀ ଏବଂ ଉମେଶ ଯାଦବ କୋଲକାତା ନେଇଥିଲା । ରାଜସ୍ଥାନ ରାଇସି ୱାନ୍‌ ଡେର୍‌ ଡୁସେନ୍‌, ଡ୍ୟାରିଲ୍‌ ମିଚେଲ୍‌, ନାଥାନ୍‌ କୁଲଟର-ନାଇଲ୍‌ ଏବଂ ଜିମି ନିଶାମ କିଣିଛନ୍ତି । ଇଶାନ୍ତ ଶର୍ମା, ଆଣ୍ଡ୍ରିୟୁ ଟାଇ, ରୋହନ କାଦମ, ସମୀର ରିଜଭି ଏବଂ ଅହମ୍ମଦ ବିକ୍ରି ହୋଇନଥିଲେ । ଅଣ୍ଡର -୧୯ ବିଶ୍ୱକପ ବିଜେତା ବିକି ଓଷ୍ଟୱାଲ ଦିଲ୍ଲୀ ପାଇଁ ଖେଳିବେ ।

Comments (0)
Add Comment