ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ

ସିଡନୀ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣଙ୍କ ଆଜି ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଥାଇଲାଣ୍ଡରେ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ୱାର୍ଣ୍ଣ ଥାଇଲାଣ୍ଡର ଏକ ଭିଲ୍ଲାରେ ଥିଲେ, ଯେଉଁଠାରେ ଶନିବାର ସକାଳ (ଅଷ୍ଟ୍ରେଲିଆ ସମୟାନୁସାରେ) ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଡାକ୍ତରୀ ଦଳର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ସେନ ୱାର୍ଣ୍ଣ ବିଶ୍ୱ କ୍ରିକେଟର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ସେ ଜଣେ ଲେଗ ସ୍ପିନର ଭାବେ ପ୍ରତିଷ୍ଠିତ ଅର୍ଜନ କରିଥିଲେ । ତାଙ୍କର ବୋଲିଂ ଜାଦୁରେ ଅଷ୍ଟ୍ରେଲିଆକୁ ବହୁ ମ୍ୟାଚରେ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ । ସେହିପରି ଆଇପିଏଲର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସକୁ ଚମ୍ପିଆନ କରାଇବାରେ ତାଙ୍କର ପ୍ରମୁଖ ଯୋଗଦାନ ଥିଲେ । ସେ ସେହି ସିଜିନରେ କୋଚ ଓ ଅଧିନାୟକ ଭାବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ ।

ଉଭୟ ଦିନିକିଆ ଓ ଟେଷ୍ଟରେ ଶେନ୍ ୱାର୍ଣ୍ଣ ୧୦୦୧ଟି ୱିକେଟ୍ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ୱିକେଟ୍ ପାଇଥିଲେ। ଏହି ଫର୍ମାଟ୍‌ରେ ସେ ୩,୧୫୪ ରନ୍ ମଧ୍ୟ କରିଥିଲେ। ସେହିପରି ଶେନ୍ ୱାର୍ଣ୍ଣ ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ହାସଲ କରିଥିଲେ। ଦିନିକିଆରେ ସେ ୧,୦୧୮ ରନ୍ କରିଥିଲେ।

ଟେଷ୍ଟ୍ ମ୍ୟାଚ୍‌ରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭେରେଜ ୨୫.୪୧ ରହିଥିଲା। ସେହିଭଳି ଦିନିକିଆରେ ଏହା ୨୫.୭୩ ରହିଥିଲା। ସେ ଟେଷ୍ଟ୍ ମ୍ୟାଚ୍‌ରେ ୩୭ ଥର ୫ଟି ୱିକେଟ୍ ନେଇଥିଲେ। ୭୧ ରନ୍‌ରେ ୮ ୱିକେଟ୍‌ ଥିଲା ଏହି ଫର୍ମାଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଦିନିକିଆରେ ୩୩ ରନ୍‌ରେ ୫ଟି ୱିକେଟ୍‌ ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

Comments (0)
Add Comment