ଭାରତ ଦ୍ୱିତୀୟ ଇନିଂସରେ ୧୯୮ରେ ଅଲଆଉଟ୍‌, ଦ.ଆଫ୍ରିକାକୁ ୨୧୨ ଟାର୍ଗେଟ୍‌

କେପଟାଉନ : କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୨୧୨ ରନ୍‌ ଲକ୍ଷ୍ୟ ରଖିଛି । ଋଷଭ ପନ୍ତ ଭାରତ ପାଇଁ ଅପରାଜିତ ୧୦୦ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ରନ୍‌ କରିପାରିନଥିଲେ । ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ମଧ୍ୟ ଆରମ୍ଭ ହୋଇଛି । ଦଳ ୨୩ ରନରେ ତାର ପ୍ରଥମ ୱିକେଟ ହରାଇଛି ।

Comments (0)
Add Comment