ମୁମ୍ବାଇ : ଭାରତର ଟି-୨୦ ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଏକ ବଡ ରେକର୍ଡ ଯୋଡି ହୋଇଯାଇଛି । ସେ ଆଇପିଏଲ ଗୋଟିଏ ସିଜିନରେ ସମସ୍ତଙ୍କଠାରୁ ଅଧିକ ୨୫ କିମ୍ବା ତା’ଠାରୁ ଅଧିକ ରନ କରିପାରିଛନ୍ତି । ସୂର୍ଯ୍ୟ ୨୦୨୫ ଆଇପିଏଲ ସିଜନରେ ୧୪ଥର ୨୫+ ସ୍କୋର କରିଛନ୍ତି ଯାହା ଆଇପିଏଲ ଇତିହାସରେ ପ୍ରଥମ । ଏହା ପୂର୍ବରୁ କେନ୍ ୱିଲିୟମସନଲ(୨୦୨୮) ଓ ଶୁଭମନ ଗିଲ (୨୦୦୩)ରେ ୧୩-୧୩ରେ ଏହି ଉପଲବ୍ଧି ହାସଲ କରିଥିଲେ । ସୂର୍ଯ୍ୟକୁମାରଙ୍କ ଏହି ଉପଲବ୍ଧିରେ ୧୭୧.୬୮ ଷ୍ଟ୍ରାଇକ୍ ରେଟ୍ ଓ ୬୪୦ର ବଡ ଯୋଗଦାନ ମଧ୍ୟ ରହିଛି । ଯାହା ମୁମ୍ବାଇ ପାଇଁ ଏକ ସିଜିନରେ ସବୁଠୁ ଅଧିକ ରନ୍ । ଏହି ଉପଲବ୍ଧ ହାସଲ କରି ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।