ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ୍ର ଅଷ୍ଟମ ସଂସ୍କରଣ ଅଧିନାୟକଙ୍କ ପାଇଁ ଅତ୍ୟନ୍ତ ନୈରାଶଜନକ ହୋଇଛି । ରୋହିତ ଶର୍ମା ଠାରୁ ଆରୋନ ଫିଞ୍ଚ ଏବଂ ଶାକିବ ଅଲ ହାସନ ଠାରୁ ମହମ୍ମଦ ନାବି ପର୍ଯ୍ୟନ୍ତ ପ୍ରତ୍ୟେକ ଅଧିନାୟକ ତାଙ୍କ ପ୍ରଦର୍ଶନକୁ ନେଇ ନିରାଶ ହୋଇଛନ୍ତି । ଫଳାଫଳଟି ହେଲା ଯେ ଏହି ବିଶ୍ୱକପ୍ରେ ସମସ୍ତ ଅଧିନାୟକଙ୍କ ହାରାହାରି ଏବଂ ଷ୍ଟ୍ରାଇକ୍ ହାର ଏପର୍ଯ୍ୟନ୍ତ ଖେଳାଯାଇଥିବା ୭ ଟି -୨୦ ବିଶ୍ୱକପ୍ ମଧ୍ୟରୁ ସର୍ବନିମ୍ନ ହୋଇଛି । ଟି -୨୦ ବିଶ୍ୱକପ ୨୦୨୨ରେ ସମସ୍ତ ଅଧିନାୟକଙ୍କ ବ୍ୟାଟିଂ ହାରାହାରି ୧୭.୮୪ ଥିବାବେଳେ ଷ୍ଟ୍ରାଇକ ହାର ୧୦୭.୦୨ ରହିଛି ।
ସର୍ବପ୍ରଥମେ, ଯଦି ଆମେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ଆଲୋଚନା କରିବା, ତେବେ ସେ ୪ ଟି ମ୍ୟାଚରେ ୧ ଅର୍ଦ୍ଧଶତକ ସହ ତାଙ୍କ ବ୍ୟାଟରୁ ମାତ୍ର ୭୪ ରନ୍ ବାହାରିଥିବାବେଳେ ପଡୋଶୀ ଦେଶ ଅଧିନାୟକ ବାବର ଆଜାମଙ୍କ ଅବସ୍ଥା ତାଙ୍କ ଅପେକ୍ଷା ଆହୁରି ଖରାପ ଅଟେ । ଏହି ଟୁର୍ଣ୍ଣାମେଣ୍ଟରେ ହାରାହାରି ୩.୫୦ ରେ ବାବର ମାତ୍ର ୧୪ ରନ୍ ସଂଗ୍ରହ କରିଛନ୍ତି । ବାବର ଅଧିନାୟକ ତାଲିକାର ସବା ତଳେ ରହିଛନ୍ତି, ଯେଉଁମାନେ ଟି -୨୦ ବିଶ୍ୱକପ ୨୦୨୨ ରେ ଅତି କମରେ ଦୁଇଟି ମ୍ୟାଚ୍ ଖେଳିଛନ୍ତି ।
ଏଥି ସହିତ, ଏହି ଟୁର୍ନାମେଣ୍ଟର ସୁପର -୧୨ ରେ କେବଳ ଦୁଇଜଣ ଅଧିନାୟକ ଏପର୍ଯ୍ୟନ୍ତ ୧୦୦ ରନ୍ ଅତିକ୍ରମ କରିବାରେ ସକ୍ଷମ ହୋଇଛନ୍ତି । ୧୩୨ ରନ୍ ସହ କେନ୍ ୱିଲିୟମ୍ସନ୍ ଶୀର୍ଷରେ ଥିବାବେଳେ ଆରୋନ୍ ଫିଞ୍ଚ ୧୦୭ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଶୁକ୍ରବାର ଦିନ ଆୟର୍ଲାଣ୍ଡ ବିପକ୍ଷରେ ୩୫ ବଲରୁ ୬୧ ରନର ଇନିଂସ ଖେଳିଥିଲେ କେନ୍, ଯେଉଁଥିପାଇଁ ସେ ୧୦୦ ରନ ମାର୍କ ଅତିକ୍ରମ କରିବାରେ ସଫଳ ହୋଇଥିଲେ ।
ଅନ୍ୟ ଅଧିନାୟକଙ୍କ ବିଷୟରେ କହିବାକୁ ଗଲେ ଜୋସ୍ ବଟଲର୍ ୩ ମ୍ୟାଚ୍ ରେ ୯୧ ରନ୍, ୪ ଟି ମ୍ୟାଚରେ ଟେମ୍ବା ବାଭୁମା ୫୦, ୪ ଟି ମ୍ୟାଚରେ ଶାକିବ ଅଲ ହାସନ ୪୪ ଏବଂ ମହମ୍ମଦ ନବୀ ୩ ଟି ମ୍ୟାଚରେ ୧୭ ରନ ସ୍କୋର କରିଛନ୍ତି ।