ସେମିଫାଇନାଲରେ ଭାରତ କେମିତି ପହଞ୍ଚିବ ? ରହିଛି ଏମିତି ସମୀକରଣ

ଦୁବାଇ : ଟି -୨୦ ବିଶ୍ୱକପରେ ଭାରତକୁ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ପରାଜୟ ପରେ ଟି -୨୦ ବିଶ୍ୱକପ ସେମିଫାଇନାଲ ପ୍ରବେଶ ରାସ୍ତ ଟିମ୍‌ ଇଣ୍ଡିଆ ପାଇଁ କଷ୍ଟସାଧ୍ୟ ହୋଇପଡିଛି, ଯଦିଓ ଅସମ୍ଭବ ନୁହେଁ । କେବଳ କୋହଲି ଦଳକୁ ଟୁର୍ଣ୍ଣାମେଣ୍ଟରେ ଅବଶିଷ୍ଟ ଚାରିଟି ମ୍ୟାଚ୍‌ ଜିତିବାକୁ ପଡ଼ିବ । ଯଦି ଟିମ୍‌ ଇଣ୍ଡିଆ ଏହି ମ୍ୟାଚଗୁଡିକ ମଧ୍ୟରୁ କୌସିଟି ହାରିଯାଏ, ତେବେ କାହାଣୀ ଓଲଟା ହୋଇପାରେ । ସମସ୍ତ ଚାରିଟି ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଅଷ୍ର୍ଟ୍ରେଲିଆ, ଇଂଲଣ୍ଡ କିମ୍ବା ୱେଷ୍ଟଇଣ୍ଡିଜ୍‌ ସହିତ ମୁକାବିଲା କରିପାରିବ ।

ଭାରତ ପାଇଁ ସବୁଠାରୁ କଷ୍ଟସାଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହେବାକୁ ଯାଉଛି । ୩୧ ଅକ୍ଟୋବରରେ ଟି -୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଦଳ ପୂର୍ବରୁ କେବେ ମଧ୍ୟ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ । ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ-ପାକିସ୍ତାନ ମ୍ୟାଚ ଉପରେ ମଧ୍ୟ ଦଳର ନଜର ରହିବ । ଯଦି ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଦଳକୁ ପରାସ୍ତ କରେ ଏବଂ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ, ତେବେ ଦଳରେ ସ୍ଥିତି ସମାନ ରହିବ । ସେମିଫାଇନାଲରେ ପ୍ରବେଶ କରିବାର ଭାରତ ସମ୍ଭାବନା ଅଧିକ ରହିବ ।
ଯଦି ଉଭୟ ପାକିସ୍ତାନ ଏବଂ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରନ୍ତି ଏବଂ ତା’ପରେ ଉଭୟ ଦଳ ଆଫଗାନିସ୍ତାନ, ନାମିବିଆ ଏବଂ ସ୍କଟଲ୍ୟାଣ୍ଡ ବିପକ୍ଷରେ ଜିତନ୍ତି, ତେବେ ପାକିସ୍ତାନ ୧୦ ପଏଣ୍ଟ ସହ ଶୀର୍ଷରେ ରହିବ ଏବଂ ଭାରତ ଆଠ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିବ । ଏଭଳି ପରିସ୍ଥିତିରେ ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରିବେ ।
ଗ୍ରୁପ୍‌-୨ରେ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ଭଳି ଦଳ ଭାରତ ସହ ଅଛନ୍ତି । ଯୋଗ୍ୟତା ମ୍ୟାଚରେ ସ୍କଟଲ୍ୟାଣ୍ଡ ବାଂଲାଦେଶକୁ ପରାସ୍ତ କରିଛି । ଯଦି ଛୋଟ ଦଳ ଭାରତ, ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରନ୍ତି ତେବେ ସେମିଫାଇନାଲକୁ ଯିବା ରାସ୍ତା ଅଧିକ ରୋମାଞ୍ଚକର ହେବ । ଏହି ପରିସ୍ଥିତିରେ, ସେମିଫାଇନାଲ ପାଇଁ ଟିକେଟ୍‌ ନେଟ୍‌ ରନ୍‌ ହାର ଦ୍ୱାରା ସ୍ଥିର ହେବ, ଯେଉଁଥିରେ କୌଣସି ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରନ୍ତି ।

Comments (0)
Add Comment