ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ ଉଭୟ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ୍‌ ସ‌କାଶେ ଭାରତୀୟ ଟିମ୍‌ ମଙ୍ଗଳବାର ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଏଥର ଅଭିଜ୍ଞ ଏବଂ ଯୁବ ଖେଳାଳିମାନଙ୍କୁ ଗୁରୁତ୍ବ ଦେଇଛନ୍ତି। ଦିନିକିଆ ଏବଂ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ବ ଶୁଭମନ ଗିଲ୍‌ଙ୍କ ହାତରେ ନ୍ୟସ୍ତ କରାଯାଇଛି। ଟେଷ୍ଟ ଟିମ୍‌ରେ ଯୁବ ଭାରତୀୟଙ୍କୁ ସୁଯୋଗ ମିଳିଛି।
ଟେଷ୍ଟ ଟିମ୍‌ ଏବଂ ଦିନିକିଆରେ ମୋଟ ୫ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଏଥିରେ ସେହିମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ଆଇପିଏଲ୍‌ରେ ପ୍ରଦର୍ଶନ ଭଲ କରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଏହି ଶୃଙ୍ଖଳାରେ ମୋଟ ୫ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଟେଷ୍ଟ ଟିମ୍‌ରେ ମାନବ ସୁଥାର, ଗୁରନୂର ସିଂହ ଏବଂ ହର୍ଷ ଦୁବେ। ଦିନିକିଆରେ ପ୍ରିନ୍ସ ଯାଦବ ଏବଂ ହରପ୍ରୀତ ବ୍ରାର୍‌କୁ ଚୟନକର୍ତ୍ତାମାନେ ସାମିଲ କରିଛନ୍ତି। ଚୟନକର୍ତ୍ତାଙ୍କ ଲକ୍ଷ୍ୟ ଭାରତର ଭବିଷ୍ୟତ ଟିମ୍‌କୁ ଗଠନ କରିବା।
ଭାରତୀୟ ଟିମ୍‌ର ଟେଷ୍ଟ ଦଳ
ଶୁଭମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ୍‌ ରାହୁଲ (ଉପଅଧିନାୟକ), ସାଈ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପଡିକ୍କଲ, ନିତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ମାନବ ସୁଥାର, ଗୁରନୂର ସିଂହ ବ୍ରାର୍‌, ହର୍ଷ ଦୁବେ, ଧ୍ରୁବ ଜୁରେଲ
ଭାରତୀୟ ଟିମ୍‌ର ଦିନିକିଆ ଦଳ
ଶୁଭମନ ଗିଲ (ଅଧିନାୟକ) ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ),‌ କେଏଲ୍‌ ରାହୁଲ, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନିତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ସିଂହ ବ୍ରାର୍‌, ହର୍ଷ ଦୁବେ

Comments (0)
Add Comment