ନୂଆଦିଲ୍ଲୀ : ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟି -୨୦ ଦଳ ତ୍ରିନିଦାଦରେ ପହଞ୍ଚିଛି । ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଦୁଇଟି ଦେଶରେ ଖେଳାଯିବ । ସିରିଜର ପ୍ରଥମ ତିନୋଟି ମ୍ୟାଚ୍ କାରିବିଆନ୍ ମାଟିରେ ଖେଳାଯିବ, ଅବଶିଷ୍ଟ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡାଠାରେ ଖେଳାଯିବ । ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ମଧ୍ୟରେ ଏକ ବଡ଼ ବ୍ୟବଧାନ ଅଛି, କାରଣ ଉଭୟ ଦଳ ଫ୍ଲୋରିଡାକୁ ଯିବାକୁ ପଡ଼ିବ ।
ଟି-୨୦ ସିରିଜ ପାଇଁ କ୍ୟାପଟେନ ରୋହିତ ଶର୍ମା, ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ଟି-୨୦ ସିରିଜ ପାଇଁ ପହଞ୍ଚିଛନ୍ତି । ଟି-୨୦ ସିରିଜର କିଛି ଖେଳାଳି ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଛନ୍ତି । ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ଅଛି ଏବଂ ସିରିଜର ଅନ୍ତିମ ମ୍ୟାଚ୍ ଜୁଲାଇ ୨୭ ରେ ଖେଳାଯିବ ।
ଟି-୨୦ ସିରିଜ୍ ଜୁଲାଇ ୨୯ ରୁ ଆରମ୍ଭ ହେବ । ଏହି ମ୍ୟାଚ୍ ତ୍ରିନିଦାଦରେ ଖେଳାଯିବ, ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨ରେ ସେଣ୍ଟ କିଟ୍ସରେ ଅନୁଷ୍ଠିତ ହେବ । ତୃତୀୟ ମ୍ୟାଚ୍ ସମାନ ଗ୍ରାଉଣ୍ଡରେ ଅଗଷ୍ଟ ୨ ରେ ଅନୁଷ୍ଠିତ ହେବ, କିନ୍ତୁ ଚତୁର୍ଥ ମ୍ୟାଚ୍ ଅଗଷ୍ଟ ୬ ରେ ଫ୍ଲୋରିଡା ଠାରେ ଖେଳାଯିବ । ପରଦିନ ଅର୍ଥାତ୍ ଅଗଷ୍ଟ ୭ ରେ, ସିରିଜର ଅନ୍ତିମ ମ୍ୟାଚ୍ ସେହି ଫ୍ଲୋରିଡାଠାରେ ଅନୁଷ୍ଠିତ ହେବ ।
ଟି -୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଆବେଶ ଖାନ, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ ।
ରାହୁଲ ଓ କୁଲଦୀପ ଯାଦକଙ୍କୁ ଦଳରେ ସାମିଲ ହେବାକୁ ହେଲେ ଫିଟନେସ ଟେଷ୍ଟରେ ପାସ କରିବା ଜରୁରୀ