ଧର୍ମଶାଳାରେ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ, ଏମିତି ହୋଇପାରେ ପ୍ଲେଇଙ୍ଗ ଏକାଦଶ

ଧର୍ମଶାଳା : ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଧର୍ମଶାଳାରେ ଭାରତ ଖେଳିବ । ଏହା ପୂର୍ବରୁ ଉଭୟ ଦଳ ସେଠାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତ ସହଜରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚକୁ ଜିତି ସିରିଜ କବଜା କରିବାକୁ ନିହାତି ଚାହିଁବା ସେହିପରି ଶ୍ରୀଲଙ୍କା ଦଳ ମଧ୍ୟରେ ମ୍ୟାଚକୁ ଜିତି ଶୃଙ୍ଖଳାରେ ତିଷ୍ଠି ରହିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ । ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ହସରଙ୍କା ସିରିଜରୁ ଆଉଟ୍‌ ହୋଇଥିବାରୁ ଶ୍ରୀଲଙ୍କାକୁ ଏହା ବଡ ଝଟକା ଦେଇଛି । ସେହିପରି ମିଷ୍ଟ୍ରି ସ୍ପିନର ମହିସ ମଧ୍ୟ ଏହି ସିରିଜରୁ ସଂପୂର୍ଣ୍ଣ ରୂପେ ବାଦ ପଡିଛନ୍ତି ।
ଗତ ବର୍ଷ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ରାଉଣ୍ଡରୁ ବିଦାୟ ହେବା ପରେ ଦଳର ଆଭିମୁଖ୍ୟ ବଦଳାଇଛି । ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ଓ ବର୍ତ୍ତମାନ ଏକ ଭିନ୍ନ ଦଳ ପରି ଦେଖାଯାଉଛି ।
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ସମୟ ଅଛି, କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳରେ ଏହି ଟୁର୍ନାମେଣ୍ଟରେ ଖେଳିବାକୁ ଖେଳାଳିଙ୍କୁ ଏବେଠୁ ପ୍ରସ୍ତୁତ କରୁଥିବା ଜଣାପଡିଛି ।
ପ୍ରଥମ ମ୍ୟାଚ୍‌ ପରେ ରୋହିତ ସୂଚାଇ ଦେଇଛନ୍ତି ଯେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ଟେକ୍‌ନିକର ଫାଇଦା ନେବାକୁ ଦଳ ଚାହୁଁଥିବାରୁ ତାଙ୍କୁ ଉପର କ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିବ । ଏହି ସିରିଜରୁ ଦଳକୁ ଫେରିଥିବା ସଞ୍ଜୁ ସାମସନ ପ୍ରଥମ ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ ଏବଂ ଯଦି ସେ ଧର୍ମଶାଳାରେ ସୁଯୋଗ ପାଆନ୍ତି ତେବେ ସେ ଏହାର ଫାଇଦା ନେବାକୁ ନିହାତି ଚାହିଁବେ ।
ବୋଲିଂ ବିଭାଗରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁଛି ଏବଂ ଗୁରୁବାର ଦୀପକ ହୁଡାଙ୍କ ସମେତ ସାତୋଟି ବିକଳ୍ପ ରଖଥିଲା । ଭେଙ୍କଟେଶ ଆୟର୍‌ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଦୁଇଟି ୱିକେଟ୍‌ ନେଇଥିଲେ । ଭୁବନେଶ୍ୱର କୁମାର ଏବଂ ଜସପ୍ରୀତ ବୁମ୍ରା ପୁଣି ଥରେ ଏକ ବଡ଼ ଦାୟିତ୍ୱ ଗ୍ରହଣ କରିବେ । ଭୁବି ପ୍ରଥମ ମ୍ୟାଚରେ ଦୁଇଟି ୱିକେଟ୍‌ ନେଇଥିଲେ । ବୁମରା ୱିକେଟ୍‌ ପାଇପାରିନଥିଲେ । ୟୁଜବେନ୍ଦ୍ର ଚହଲ ମଧ୍ୟ ଗୋଟିଏ ୱିକେଟ୍‌ ପାଇଥିଲେ ।
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ ଏକାଦଶ
ଇଶାନ କିଶନ, ରୋହିତ ଶର୍ମା, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଭେଙ୍କଟେଶ ଆୟର, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ଦୀପକ ହୁଡା, ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ

Comments (0)
Add Comment