ଏହି ଆଇପିଏଲ ଦଳର କୋଚ ହେବେ ଗ୍ୟାରି କ୍ରିଷ୍ଟେନ !

ନୂଆଦିଲ୍ଲୀ : ଭାରତର ବିଶ୍ୱକପ ବିଜେତା ପ୍ରଶିକ୍ଷକ ଗ୍ୟାରି କ୍ରିଷ୍ଟେନ୍‌ ଆଇପିଏଲ୍‌ ୨୦୨୨ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର କ୍ରିଷ୍ଟେନ୍‌ଙ୍କୁ ଆଇପିଏଲରେ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି । ଭାରତର ପୂର୍ବତନ ପେସର୍‌ ଆଶିଷ ନେହେରା ମଧ୍ୟ ଅହମ୍ମଦାବାଦ ଫ୍ରାଞ୍ଚାଇଜର ସପୋର୍ଟ ଷ୍ଟାଫରେ ଯୋଗ ଦେଇପାରନ୍ତି । ଗ୍ୟାରି କ୍ରିଷ୍ଟେନ୍‌ ଦୁନିଆର ଅନ୍ୟତମ ପ୍ରଭାବଶାଳୀ କୋଚ୍‌ ମାନଙ୍କ ମଧ୍ୟରୁ ଜଣେ । ସେ ପୁଣି ଥରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ର କୋଚିଂ ଷ୍ଟାଫ୍‌ରେ ଯୋଡି ହେବାର ସମ୍ଭାବନା ରହିଛି । କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରି ସାରିଛନ୍ତି ।

coach of IPL teamIPLThe coach of this IPL team will be Gary Kristen!todays news
Comments (0)
Add Comment