ଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌, ବିସିସିଆଇ ଫଟୋରୁ ବିରାଟ ଆଉଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୨୬ ରୁ ଟିମ୍‌ ଇଣ୍ଡିଆକୁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଏବଂ ସମାନ ସଂଖ୍ୟାକ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଜାନୁଆରୀ ୧୯ ରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବ । ଭାରତୀୟ ଦଳ ସିଧାସଳଖ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ବିସିସିଆଇ ଗୁରୁବାର ସକାଳେ ନିଜ ଟ୍ୱିଟର ଆକାଉଣ୍ଟରେ ଭାରତୀୟ ଖେଳାଳିଙ୍କ ଚାରୋଟି ଫଟୋ ପୋଷ୍ଟ କରିଛି ଯେଉଁଥିରେ ଖେଳାଳିମାନେ ବିମାନରେ ବସିଛନ୍ତି ।

ବୋର୍ଡ ଏହି ଫଟୋ ସହିତ କ୍ୟାପସନରେ ଲେଖିଛି, ‘ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସମସ୍ତେ ଏକାଠି ।’ ବିସିସିଆଇ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଗୁଡିକରେ ଜସପ୍ରୀତ ବୁମ୍ରା, ମାୟାନକ ଅଗ୍ରୱାଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଏବଂ ଉମେଶ ଯାଦବଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦେଖିବାକୁ ମିଳୁନାହିଁ ।

ଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌


ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମୁମ୍ବାଇରେ ୩ ଦିନ ପାଇଁ କ୍ୱାରେଣ୍ଟାଇନରେ ଥିଲେ । ନିକଟରେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ସିରିଜ୍‌ ୧-୦ରେ ଜିତିଥିଲା । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିବା ପାଇଁ ଭାରତୀୟ ଦଳ ବର୍ତ୍ତମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାନୁୟାରୀ ୩ ରୁ ଜୋହାନ୍ସବର୍ଗରେ ଏବଂ ତୃତୀୟ ତଥା ଅନ୍ତିମ ଟେଷ୍ଟ ଜାନୁଆରୀ ୧୧ ରୁ କେପଟାଉନରେ ଖେଳାଯିବ ।

The Indian team toured South AfricaVrat kohliଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌
Comments (0)
Add Comment