ଭାରତୀୟ ଦଳରେ ଏହି ତିନି ଖେଳାଳି ହେଲେ ସାମିଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ତିନିଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଏହା ଘୋଷଣା କରାଯାଇଛି । ଆଜି ଆରମ୍ଭ ହେବାକୁ ଥିବା ଏହି ଟି -୨୦ ସିରିଜ୍‌ ପାଇଁ ଦ୍ରୁତ ବୋଲର ଉମେଶ ଯାଦବ, ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର ଏବଂ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କ ନାମ ଦଳରେ ଅନ୍ତର୍ଭୁକ୍ତ ହୋଇଛି । ଏଥି ସହ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ବ୍ୟତୀତ ଦୀପକ ହୁଡା, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ ପଡିଛନ୍ତି ।
ବାସ୍ତବରେ ଦୀପକ ହୁଡାଙ୍କର ପିଠିରେ ଆଘାତ ଲାଗିଛି, ଯେଉଁଥିପାଇଁ ସେ ଏହି ଟି -୨୦ ସିରିଜର ଅଂଶ ହେବେ ନାହିଁ । ସେ ଆହତ ଅବସ୍ଥାରେ ସୁସ୍ଥ ହେବା ପାଇଁ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ (ଏନସିଏ) କୁ ଯିବେ । ଏଥି ସହିତ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପେସର୍‌ ଭୁବନେଶ୍ୱର କୁମାର ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ କଣ୍ଡିସନର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏନସିଏରେ ପହଞ୍ଚିବାକୁ ଯାଉଛନ୍ତି । ତେବେ ଅଷ୍ର୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ବିଶ୍ରାମ ନେଇଥିବା ଦଳରେ ଅର୍ଶଦୀପ ସିଂଙ୍କ ପ୍ରବେଶ କରାଯାଇଛି । ଏଥି ସହିତ ମହମ୍ମଦ ଶାମି କରୋନା ଜୀବାଣୁରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାଁନ୍ତି ।
ଶାମି ଏପର୍ଯ୍ୟନ୍ତ କରୋନା ଠାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାଗ ନେଇ ପାରିବେ ନାହିଁ । ଚୟନ କମିଟି ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଚୟନ କରିଥିବାବେଳେ ଦୀପକ ହୁଡାଙ୍କ ସ୍ଥାନରେ ଶ୍ରେୟସ୍‌ ଆୟର ଦଳରେ ସ୍ଥାନ ପାଇଛନ୍ତି । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବଙ୍ଗଳା ଅଲରାଉଣ୍ଡର ଶାହବାଜ ଅହମ୍ମଦ ଟି -୨୦ ଦଳର ଅଂଶ ହେବେ ।
ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତର ଦଳ
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍‌ ରାହୁଲ (ଭାଇସ-କ୍ୟାପଟେନ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉଇକେଟ କିପର), ଦୀନେଶ କାର୍ତ୍ତିକ (ଉଇକେଟ କିପର), ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମ୍ରା, ଉମେଶ ଯାଦବ, ଶ୍ରେୟସ୍‌ ଆୟର ଏବଂ ଶାହାବାଜ ଅହମ୍ମଦ ।

Comments (0)
Add Comment