ଆଶା-ନିରାଶାର ମାୟାଜାଲରେ ଫସି ରହିଛନ୍ତି ଭିନେଶ ଫୋଗାଟ

ନୂଆଦିଲ୍ଲୀ : ଭିନେଶଙ୍କ ଅପିଲରେ ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ସିଏଏସର ଏଡହକ୍ ଡିଭିଜନ୍ I କୋର୍ଟ ପୁଣିଥରେ ଆଉ ଏକ ନୂଆ ତାରିଖ ଘୋଷଣା କରିଛନ୍ତି I ଆଜି ୯.୩୦ରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ସୂଚନା ଅନୁଯାୟୀ, ଏହା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଯାହା ଫଳରେ ମେଡାଲ ଆଶା ନେଇ ଆସିଥିବା ଭିନେଶଙ୍କୁ ପୁଣିଥରେ ନିରାଶାକୁ ସାମନା କରିବାକୁ ପଡ଼ିଛି। ତେବେ ଏହି ମାମଲା ନେଇ ୧୬ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଭିନେଶ ଇତିହାସ ସୃଷ୍ଟି କରିଛନ୍ତି । କିନ୍ତୁ ଫାଇନାଲ ପୂର୍ବରୁ ସେ ନିରାଶର ସମ୍ମୁଖିନ ହୋଇଥିଲେ। ଫାଇନାଲ ମ୍ୟାଚର ସକାଳ ପର୍ୟ୍ୟନ୍ତ ସେ ଅତି କମରେ ରୌପ୍ୟ ପଦକ ଜିତିବେ ବୋଲି ନିଶ୍ଚିତ ଥିଲା, କିନ୍ତୁ ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ଜାଣିବା ପରେ ତାଙ୍କୁ ଫାଇନାଲରୁ ବାଦ୍ ଦିଆଯାଇଥିଲା । ଯାହା ପରେ ଭିନେଶ ରୌପ୍ୟ ପଦକ ସମ୍ପର୍କରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍‌)ରେ ଏକ ଆବେଦନ କରିଥିଲେ। ଯଦିଓ ଭିନେଶଙ୍କ ଆବେଦନ ଉପରେ ସିଏଏସ୍‌ର ନିଷ୍ପତ୍ତି ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ କିନ୍ତୁ ଏହି ସମୟରେ ଭାରତୀୟ ରେସଲିଂ ଫେଡେରେସନ(ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ଭିନେଶଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସୂଚନା ଅନୁସାରେ ଡବ୍ଲୁଏଫ୍ଆଇ ଉପାଧ୍ୟକ୍ଷ ଜୟ ପ୍ରକାଶ ଚୌଧୁରୀ କହିଛନ୍ତି ଯେ ଏଭଳି ହେବାର ନଥିଲା କିନ୍ତୁ ମୋର ବିଶ୍ୱାସ ଯେ ଭିନେଶଙ୍କ ସପକ୍ଷରେ କିଛି ଆସିବାକୁ ଯାଉଛି। ଏଥି‌ରେ କିଛି ପଦାଧିକାରୀ ସହାୟତା କରୁଛନ୍ତି ଏବଂ ଏହି ପ୍ରସଙ୍ଗରେ ଭିନେଶଙ୍କ କୋଚିଂ କର୍ମଚାରୀଙ୍କର ଦୋଷ ରହିଛି । ଓଜନକୁ କିପରି ସ୍ଥିର ରଖାଯାଏ ତାହା ଯାଞ୍ଚ କରିବା କୋଚ୍‌ଙ୍କର କାମ ହୋଇଥାଏ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ୧୬ ଅଗଷ୍ଟରେ ସିଏଏସ୍‌ଙ୍କ ପକ୍ଷରୁ କେଉଁ ନିଷ୍ପତ୍ତି ନିଆଯିବ ଏବଂ ବଡ ଆଇନଜୀବୀମାନେ ଏହି ମାମଲା ଲଢୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲାଗୁଛି ଯେ କୋର୍ଟଙ୍କ ରାୟ ଆମ ସପକ୍ଷରେ ଆସିପାରେ। ବର୍ତ୍ତମାନ କୋଟି କୋଟି ଭାରତୀୟ ପ୍ରଶଂସକ ୧୬ଅଗଷ୍ଟକୁ ଅପେକ୍ଷା କରିରହିଛନ୍ତି। ଆଶା କରାଯାଉଛି ଯେ ଏହି ରାୟ ଭିନେଶଙ୍କ ସପକ୍ଷରେ ଆସିବ ଏବଂ ସେ ରୌପ୍ୟ ପଦକ ପାଇବେ।

Comments (0)
Add Comment