ରୋହିତ ଶର୍ମା ଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି

ମୁମ୍ବାଇ : ଆଜି ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି । ସେ କହିଛନ୍ତି ଆମ ଭିତରେ ସେମିତି କିଛି ନାହିଁ । ଗତ ୨ ବର୍ଷ ହେଲାଣି ଏମିତି କହି କହି ମୁଁ ଥକି ଗଲେଣି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହେ ପୂର୍ବରୁ ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଦିନିକିଆ ଅଧିନାୟକ ପଦ ହସ୍ତାନ୍ତର କରାଯାଇଛି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଭିନ୍ନ ଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ରୋହିତଙ୍କୁ ଦିନିକିଆ ଅଧିନାୟକ ପଦ ମିଳିବା ପରେ ଏବେ ବିରାଟଙ୍କ ପାଖରେ କେବଳ ଟେଷ୍ଟ ଅଧିନାୟକ ପଦ ରହିଛି ।ପ୍ରାୟ ଏକ ମାସ ପୂର୍ବରୁ ରୋହିତ ଶର୍ମାଙ୍କୁ ଟି -୨୦ ର ଅଧିନାୟକତ୍ୱ ହସ୍ତାନ୍ତର କରାଯାଇଥିଲା ।
ବିରାଟ କହିଛନ୍ତି, ‘ମୋର ଏବଂ ରୋହିତଙ୍କ ମଧ୍ୟରେ କୌଣସି ଅସୁବିଧା ନାହିଁ । ମୁଁ ଦୁଇ ବର୍ଷ ଧରି ଏହା କହୁଛି ଯେ ଆମ ମଧ୍ୟରେ କିଛି ନାହିଁ । ମୁଁ ଏକଥା କହି କହି ଥକି ଗଲେଣି ।ମୁଁ ଯାହା ଚାହେଁ କିମ୍ବା କରିବି, ତାହା ଦଳକୁ ତଳକୁ ନେବା ପାଇଁ ନୁହେଁ ବୋଲି ସେ ସଫାସଫା କହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତଙ୍କ ବାଦ ପଡିବାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଟେଷ୍ଟ ସିରିଜରେ ଦଳ ତାଙ୍କୁ ବହୁତ ମିସ୍‌ କରିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ବିରାଟ ଦିନିକିଆ ସିରିଜର ଅଂଶ ହେବେ ନାହିଁ ବୋଲି ଖବର ଆସିଥିଲା । ସାମ୍ବାଦିକ ସମ୍ମିଳନୀରେ ବିରାଟ ଏହି ରିପୋର୍ଟକୁ ଖାରଜ କରିଦେଇଛନ୍ତି ।

Virat Kohli has said a great deal about his relationship with Rohit Sharmaଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜାରୋହିତ ଶର୍ମା ଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି
Comments (0)
Add Comment